www.samajalive.in
Wednesday, December 10, 2025
15.1 C
Bhubaneswar

ଦିଲ୍ଲୀ ଓ କେରଳରେ ଆଉ ୪ ଲେଖାଏଁ ଓମିକ୍ରନ୍‌ର ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସଭିଁଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଏପର୍ୟ୍ୟନ୍ତ ଏହା ସମୁଦାୟ ୧୨ ଟି ରାଜ୍ୟକୁ ବ୍ୟାପିଛି ।
ଦିଲ୍ଲୀରେ ଓମିକ୍ରନ୍‌ର ଆଉ ଚାରିଟି ନୂତନ ମାମଲା ସାମ୍ନାକୁ ଆସିଛି। ଏଠାରେ ମୋଟ ସଂକ୍ରମିତ ସଂଖ୍ୟା ୨୬ କୁ ପହଞ୍ଚିଛି। ଆଜି ମିଳିଥିବା ଚାରିଜଣ ନୂତନ ରୋଗୀଙ୍କୁ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଏହି ୨୬ ରୋଗୀଙ୍କ ମଧ୍ୟରୁ ୧୨ ଜଣଙ୍କୁ ଡିସଚାର୍ଜ କରାଯାଇଛି ଏବଂ ୧୨ ଜଣ ଚିକିତ୍ସିତ ହେଉଛନ୍ତି।
ସେହିପରି କେରଳରେ ମଧ୍ୟ ଆଉ ୪ ନୂଆ ଓମିକ୍ରନ ମାମଲା ସାମ୍ନାକୁ ଆସିଛି। ଫଳରେ ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି।
ଏଥିସହ ଦେଶରେ ମୋଟ ୧୬୧ ଟି ମାମଲା ରହିଛି।
ମହାରାଷ୍ଟ୍ରରେ ସର୍ବାଧିକ ୫୪ ସଂକ୍ରମିତ ହୋଇଥିବା ଜଣାପଡିଛି। ରବିବାର ଦିନ ରାଜଧାନୀ ଦିଲ୍ଲୀରେ ୧୦୭ ଟି କରୋନା ମାମଲା ଚିହ୍ନଟ ହୋଇଥିଲା , ଯାହାକି ଛଅ ମାସ ପରେ ଗୋଟିଏ ଦିନରେ ସର୍ବାଧିକ କରୋନା ମାମଲା ଅଟେ। ମହାରାଷ୍ଟ୍ରରେ ମଧ୍ୟ କରୋନା ମାମଲାରେ ବୃଦ୍ଧି ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ରବିବାର ଦିନ ଏଠାରେ ୯୦୨ ଟି ମାମଲା ଚିହ୍ନଟ ହୋଇଥିଲା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories