www.samajalive.in
Tuesday, December 9, 2025
23.1 C
Bhubaneswar

ରାସ୍ତା ପୁନଃନିର୍ମାଣ ଦାବିରେ ତାତିଲେ ଲୋକେ ; ୧୦ ଘଣ୍ଟା ରାସ୍ତା ଅବରୋଧ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ସହରରୁ ଜଗନ୍ନାଥପୁରକୁ ସଂଯୋଗ କରୁଥିବା ରାସ୍ତା ସଂକୀର୍ଣ୍ଣ ତଥା ଖାଲଖମାରେ ଭର୍ତ୍ତି ହୋଇ ଥିବାବେଳେ ଏହି ରାସ୍ତାରେ ନିତିଦିନ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । ସେହିପରି ଗତକାଲି ଜଗନ୍ନାଥପୁର ପମ୍ପ ହାଉସ ନିକଟରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ପୂର୍ବରୁ ଜଗନ୍ନାଥପୁର ଗାଁର ଦଶରୁ ଅଧିକ ଲୋକେ ଆହତ ହୋଇଛନ୍ତି । ତେବେ ପ୍ରଶାସନ ନିକଟରେ ରାସ୍ତା ନିର୍ମାଣ ସହିତ ଏହାକୁ ଚଉଡା ବୃଦ୍ଧି ପାଇଁ ବାରମ୍ବାର ଅଭିଯୋଗ କରାଯାଉଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ଏହାକୁ ନେଇ ଜଗନ୍ନାଥପୁର ଗ୍ରାମବାସୀ ଗଭୀର କ୍ଷୋଭ ପ୍ରକାଶ କରିବା ସହିତ ରବିବାର ଜଗନ୍ନାଥପୁର ତିନିଛକ ନିକଟରେ ଚଉଡା ରାସ୍ତା ନିର୍ମାଣ ଦାବିରେ ରାସ୍ତା ଅବରୋଧ କରିଥିଲେ। ସକାଳୁ ରାସ୍ତା ଅବରୋଧ କରାଯିବା ଫଳରେ ଏହି ରାସ୍ତା ଦେଇ ଯାତାୟତ କରିବା ମୁସ୍କିଲ ହୋଇପଡିଥିଲା । ସେହିପରି ବଳଭଦ୍ରପୁର, ବିଜେପୁର, ତ୍ରିଲୋଚନପୁରକୁ  ମଧ୍ୟ ଯାତାୟତ ଠପ୍ ହୋଇଯାଇଥିଲା । ଗ୍ରାମବାସୀଙ୍କ ଧାରଣା ଓ ରାସ୍ତା ଅବରୋଧ ପରେ ଏହାର ସମାଧାନ ପାଇଁ ଲାଞ୍ଜିଗଡ ପୁଲିସ ପକ୍ଷରୁ ଉଦ୍ୟମ କରାଯାଇଥିଲେ ହେଁ ଲୋକେ ପ୍ରଶାସନ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ନମିଳିବା ଯାଏଁ ହଟିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ତରଫରୁ ଜିତେନ୍ଦ୍ର କୁମାର ନାଏକ, ଲକ୍ଷ୍ମୀ ଚଣ୍ଡି, ତରଣୀସେନ ନାଏକ, ହୃଷିକେଶ ନାଏକ, ସୁବାସ ଶୃଗାଳ, ମୁଗାନା ମାଝୀ, କାଳିଆ ମାଝୀ, ବିମଳ ମାଝୀ, ଧନତିରି ମାଝୀ, ଶ୍ୟାମସୁନ୍ଦର ମାଝୀ, ଭୂବନ ସୁନା, ଲକ୍ଷ୍ମଣ ନାଏକ ପ୍ରମୁଖଙ୍କ ନେତୃତ୍ୱରେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories