www.samajalive.in
Sunday, December 7, 2025
23.1 C
Bhubaneswar

ଭବାନୀପାଟଣା ବ୍ଲକ କଂଗ୍ରେସ ସଭାପତି ଓ ଜିଲ୍ଲା ଉପସଭାପତି ନିଲମ୍ବିତ

ଭବାନୀପାଟଣା: ପ୍ରଦେଶ କଂଗ୍ରେସ କମିଟି ଓ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ନିର୍ଦ୍ଦେଶକୁ ଅବମାନନା କରିବା ସହିତ ଦଳିୟ ଶୃଙ୍ଖଳା ଭଙ୍ଗ କରିବା ଯୋଗୁଁ ଭବାନୀପାଟଣା ବ୍ଲକ କଂଗ୍ରେସ ସଭାପତି ସୁବାଷ ଚନ୍ଦ୍ର ପ୍ରଧାନ ଓ ଜିଲ୍ଲା କଂଗ୍ରେସ ଉପସଭାପତି ତଥା ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ ସଂଗଠନ ଦାୟିତ୍ୱରେ ଥିବା ଧନୁ ଗହିରଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା କଂଗ୍ରେସ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ କଂଗ୍ରେସ ଦଳକୁ ଅଧିକ ସୁଦୃଢ ଓ କ୍ରୀୟାଶିଳ କରିବା ପାଇଁ ପୂର୍ବତନ କେନ୍ଦ୍ର ମନ୍ତୀ ତଥା ବିହାର, ଆସାମ ଓ ମିଜୋରାମ ରାଜ୍ୟର କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ କଡା ଆଭିମୁଖ୍ୟ ଗ୍ରହଣ କରିବା ସହିତ ଦଳର ଶୃଙ୍ଖଳା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏପରିକି ଓଡିଶା କଂଗ୍ରେସ ପ୍ରଭାରୀ ଚେଲା କୁମାର ମଧ୍ୟ ଦଳିୟ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ଓ ଯେଉଁମାନେ ଦଳରେ ରହି ଶୃଙ୍ଖଳା ଭଙ୍ଗ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦଳୀୟ ନେତା ଓ କର୍ମୀମାନଙ୍କୁ ଚେତାବନୀ ଦେଇଛନ୍ତି।

ଦଳୀୟ ଶୃଙ୍ଖଳାକୁ ଭଙ୍ଗ କରି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ଭବାନୀପାଟଣା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ପ୍ରଧାନ ଓ ଜିଲ୍ଲା କଂଗ୍ରେସ ଉପସଭାପତି ତଥା ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ସଂଗଠନ ଦାୟିତ୍ୱରେ ଥିବା ଧନୁ ଗହିର ଉପସ୍ଥିତ ରହିବା ଯୋଗୁଁ ଦଳର ଭାବମୂର୍ତୀରେ ଆଞ୍ଚ ଆସିଛି। ବାଧ୍ୟହୋଇ ଦଳ ଏହି ଦୁଇ କଂଗ୍ରେସ ନେତାଙ୍କ ଉପରେ ଦଳୀୟ ଶୃଙ୍ଖଳା ରକ୍ଷା ପାଇଁ ଦୃଷ୍ଟାନ୍ତ ମୂଳକ କଡା ଆଭିମୁଖ୍ୟ ଗ୍ରହଣ କରି ଭବାନୀପାଟଣା ବ୍ଳକ କଂଗ୍ରେସ ସଭାପତି ସୁବାଷ ଚନ୍ଦ୍ର ପ୍ରଧାନ ଓ ଜିଲ୍ଲା ଉପସଭାପତି ତଥା ଭବାନୀପାଟଣା ନିର୍ବାଚନମଣ୍ଡଳୀ ପ୍ରଭାରୀ ଧନୁ ଗହିରଙ୍କୁ ଦଳିୟ ଶୃଙ୍ଖଳା ଭଙ୍ଗ କରିଥିବାରୁ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଭାରତ ଭୂଷଣ ବେମାଲ ପ୍ରକାଶ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories