www.samajalive.in
Sunday, December 7, 2025
26.1 C
Bhubaneswar

ଖଣି ପଞ୍ଚାୟତ କାର୍ଯ୍ୟଳୟରେ ଭିଜିଲାନ୍ସ ଟିମ, ଦୁର୍ନିତୀର ତଦନ୍ତ ଆରମ୍ଭ

ମୋହନା: ମୋହନା ବ୍ଲକ ଅନ୍ତର୍ଗତ ଖଣି ପଞ୍ଚାୟତ କାର୍ଯ୍ୟାଳୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକର ଅର୍ଥକୁ ସଠିକ ମାର୍ଗରେ ବିନିଯୋଗ ନକରି ସେହି ଅର୍ଥକୁ ଅଧିକାରୀମାନେ ଆତ୍ମସାତ କରିଥିବାର ଲିଖିତ ଅଭିଯୋଗ କରିଥିଲେ ଗ୍ରାମବାସୀ। ଏଣୁ ଏହାର ତଦନ୍ତ କରିବା ପାଇଁ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଶୁକ୍ରବାର ଖଣି ପଞ୍ଚାୟତରେ ପହଞ୍ଚିଛନ୍ତି ଭିଜିଲାନ୍ସ କାର୍ଯ୍ୟାଳୟର ଦୁଇ ଜଣିଆ ଟିମ।

ପ୍ରଥମ ଦିନରେ କାର୍ଯ୍ୟାଳୟର ଆବଶ୍ୟକୀୟ ନଥିପତ୍ର ଯାଞ୍ଚ କରି ଅଭିଯୋଗ ପତ୍ରରେ ଲିଖିତ ଥିବା ଗ୍ରାମଗୁଡ଼ିକର କାମ ଗୁଡ଼ିକୁ ଦୁଇଜଣ ଯନ୍ତ୍ରୀ ସୁଧିର ପାଢି ଓ ସରୋଜ ଚନ୍ଦ୍ରମୁନୀ ରାସ୍ତା, ବିଶ୍ରାମଗାର ଓ ଅନ୍ୟାନ୍ୟ କାମର ମେଜେରମେଣ୍ଟ କରିଥିଲେ। ସେହି ଭଳି ମୋହନା ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ପଦ୍ମନାଭ ଖଣ୍ଡାଇ ପଞ୍ଚାୟତରେ କୀର୍ଯ୍ୟକାରୀ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଗୁଡିକର ମାପ ଜୁପ କରିଥିଲେ। ତଦନ୍ତ ବେଳେ ସନ୍ଧ୍ୟା ହୋଇଯିବାରୁ ପୁଣି ବକେୟା ରହିଥିବା ଯାଞ୍ଚ ଗୁଡ଼ିକ ପରବର୍ତ୍ତୀ ସମୟରେ ଯାଞ୍ଚ କରାଯିବ ବୋଲି ଭିଜିଲାନ୍ସ ଅଧିକାରୀ ରାଜେନ୍ଦ୍ର ନାୟକ କହିଛନ୍ତି। ଏହି ତଦନ୍ତ ସମୟରେ ପୂର୍ବତନ ଜିପିଇଓ ନରସିଂହ ମାଣ୍ଡାଙ୍ଗି ,ପିଇଓ ପ୍ରଭାକର ପ୍ରଧାନ, ମଧୁପାଲାକି, ସରପଞ୍ଚ ଯମୁନା ମଲ୍ଲିକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories