www.samajalive.in
Tuesday, December 9, 2025
26.1 C
Bhubaneswar

ନରସିଂହଙ୍କ ବଲାଙ୍ଗିର ବ୍ଲକ ଗସ୍ତ ; ବୁଡି ଅଞ୍ଚଳ ବୁଲିଲେ ସମସ୍ୟା ଶୁଣିଲେ

ବଲାଙ୍ଗିର : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ନିର୍ବାଚନୀ ମଣ୍ଡଳି ଅନ୍ତର୍ଗତ ବଲାଙ୍ଗିର ବ୍ଲକର ଚୁଡାପାଲି, ଗର୍ଜନ, ମାୟାବର୍ହା ପଂଚାୟତ ବୁଲି ଲୋକଙ୍କ ବିଭିନ୍ନ ସମସ୍ୟା ଶୁଣିଛନ୍ତି । ବିଶେଷ କରି ଏହି ଅଞ୍ଚଳଟି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେଉଥିବାରୁ ଏ ଅଂଚଳର ଲୋକେ ଥଇଥାନ ଏବଂ ପୁର୍ନର୍ବାସକୁ ନେଇ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ତଥା ସେମାନେ ସରକାରଙ୍କ ଦ୍ୱାରା ପାଉଥିବା କ୍ଷତିପୁରଣରେ ସମାନତା ନଥିବାର ଅଭିଯୋଗ ବିଧାୟକଙ୍କ ସମ୍ମୁଖରେ ରଖିଥିଲେ।
ଗର୍ଜନ ଗ୍ରାମରେ ଲୋକେ ଅଭିଯୋଗ କରିଥିଲେ ଯେ ତାଙ୍କ ଜମିରେ ବିଶାଳକାୟ ବୃକ୍ଷ ଗୁଡିକର ଯଦି ସେମାନେ ଆଇନ ଅନୁଯାୟୀ ବିକ୍ରି କରିବେ ଯେତେ ଟଙ୍କା ପାଇବେ ସରକାର ଦେଉଥିବା କ୍ଷତିପୁରଣ ସେହି ତୁଳନାରେ ଅନେକ କମ୍। ଆହୁରି ମଧ୍ୟ ସେମାନେ ପାଉଥିବା ଘର ଡିହରେ ମଧ୍ୟ ଅନେକ ପାତର ଅନ୍ତର ଥିବା ଅଭିଯୋଗ କରିଥିଲେ। କିଛି ବୁଡି ଅଂଚଳ ଲୋକେ ଠିକ୍ ଭାବରେ ଥଇଥାନ ଓ ପୁନର୍ବାସ ପାଉଥିବା ବେଳେ ଗର୍ଜନ ଅଂଚଳର ଲୋକେ ସେଥିରୁ ବଂଚିତ ହେଉଛନ୍ତି ବୋଲି ଲୋକେ ଅଭିଯୋଗ କରିଥିଲେ । ଏପରିକି ଅଞ୍ଚଳରେ ବିଭାଗ ପକ୍ଷରୁ ଅର୍ଥନୈତିକ ସର୍ବେକ୍ଷଣ ସମୟରେ ଅଧିକାରୀମାନେ ନିଜ ମନ ମୁତାବକ ଫର୍ମଗୁଡିକ ପ୍ରଭାବିତ ଲୋକଙ୍କୁ ନଜଣାଇ ନିଜେ ନିଜେ ପରବର୍ତ୍ତି ସମୟରେ ପୂରଣ କରିଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣି ସାରିବା ପରେ ବିଧାୟକ ଶ୍ରୀ ମିଶ୍ର ଆଗାମୀ ଦିନରେ ଥଇଥାନ ଓ ପୁନର୍ବାସକୁ ନେଇ ଉପୁଜିଥିବା ସମସ୍ୟାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହେବ। ଲୋକଙ୍କ ଯାହା ସମସ୍ୟା ଅଛି ଲିଖିତ ଭାବରେ ତାଙ୍କୁ ପ୍ରଦାନ କଲେ ସେ ସବୁକୁ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବେ ବୋଲି ଜଣାଇଥିଲେ । ଗସ୍ତ ସମୟରେ ମାୟାବର୍ହା ଠାରେ ଲୋକଙ୍କ ଘରକୁ ପାଇପ ଯୋଗେ ପିଇବା ପାଣି ଶିଘ୍ର ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେବା ସହ ନିଜ ବିଧାୟକ ପାଣ୍ଠିରୁ ଗ୍ରାମ୍ୟ ସଡକ ନିର୍ମାଣ ପାଇଁ ଅନୁଦାନ ଦେବେ ବୋଲି ଘୋଷଣା କରିଥିଲେ। ଚୁଡାପାଲି ଠାରେ ଉପସ୍ଥିତ ଥିବା ମହିଳା ଓ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ସହିତ ବିଭିନ୍ନ ସମସ୍ୟାକୁ ନେଇ ଶ୍ରୀ ମିଶ୍ର ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ମାୟାବର୍ହା, ଗର୍ଜନ, ଚୁଡାପାଲିରେ ଅନୁଷ୍ଠିତ ମାଁ ଲକ୍ଷ୍ମୀଙ୍କର ପୂଜା ଉତ୍ସବରେ ବିଧାୟକ ଶ୍ରୀ ମିଶ୍ର ମା’ଙ୍କ ଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ତାଙ୍କ ସହ ତାଙ୍କ ପ୍ରତିନିଧି କିଶୋର ସିଂ ନିନା, ଖୁଜେନପାଲି ସରପଞ୍ଚ ସତ୍ୟବାନ ସାହୁ, ଟଙ୍କଧର ଗଡତ୍ୟା, ଜଗନ୍ନାଥ ପଧାନ, ଉମେଶ ଚନ୍ଦ୍ର ଭୋଇ, ଶରତ ଚନ୍ଦ୍ର ଭୋଇ, ବିଭୁ ପ୍ରସାଦ ନାଏକ, ପଙ୍କଜ ମଲ୍ଲ, ଡାକ୍ତର ରାଧାକାନ୍ତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories