www.samajalive.in
Monday, December 8, 2025
14.1 C
Bhubaneswar

ସରିଲା ପ୍ରଶିକ୍ଷଣ, ୧୭ରୁ ପଢ଼ାଇବେ ପାଠ

ଭୁବନେଶ୍ବର: ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ, ସଂସ୍କୃତ ଶିକ୍ଷକଙ୍କ ସହ ଶାରୀରିକ ଶିକ୍ଷା ପ୍ରଶିକ୍ଷକ(ପିଇଟି) ନିଯୁକ୍ତି ପାଇଁ ୬ ହଜାର ୧୩୧ ଶିକ୍ଷକଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ (କାଉନସେଲିଂ) ଶେଷ ହୋଇଛି। ପ୍ରାୟ ୧୦ ହଜାର ୫ ଶହ ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ଜିଲାସ୍ତରରେ କାଗଜପତ୍ର ଗତକାଲି ଯାଞ୍ଚ  ସରିବା ପରେ ଜିଲାସ୍ତରରେ ପ୍ରଶିକ୍ଷଣ ଶେଷ ହୋଇଛି। ଆଜି କଳିଙ୍ଗ ଷ୍ଟାଡିୟମଠାରେ ଅଭିମୁଖୀକରଣ (ଓରିଏଣ୍ଟେସନ୍‌) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମ‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ନବ ନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଦିଗଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୭ରୁ ନବନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ତାଙ୍କୁ ଦିଆଯାଇଥିବା ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରିବେ। ନୂତନ ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ରୂପାନ୍ତରିତ ବିଦ୍ୟାଳୟ‌େ‌ର ନିଯୁକ୍ତି ଦିଆଯିବ। କଟକ ଜିଲାର ସର୍ବାଧିକ ୪୩୮ ଶିକ୍ଷକ ନିଯୁକ୍ତି ପାଇଥିବାବେଳେ ଗଞ୍ଜାମ ଓ ସୁନ୍ଦରଗଡ଼ର ୩୯୧, ମୟୂରଭଞ୍ଜର ୩୮୨, କେନ୍ଦୁଝରର ୩୫୬, ବଲାଙ୍ଗୀରର ୩୩୦ ଜଣ ଶିକ୍ଷକଶିକ୍ଷୟିତ୍ରୀ ରହିଛନ୍ତି। ଦେବଗଡ଼ରେ ସର୍ବନିମ୍ନ ୩୨ ଶିକ୍ଷକ ରହିଛନ୍ତି। କଳିଙ୍ଗ ଷ୍ଟାଡିୟମକୁ ପରିଚୟ ପତ୍ର, ଆଧାର କାର୍ଡ, ପର୍ସ ଓ ଫୋନ୍‌ ବ୍ୟତୀତ କୌଣସି ପ୍ରକାର ବ୍ୟାଗ୍‌ ନେବାକୁ ଅନୁମତି ମିଳିବନି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ବିଭାଗୀୟ ପଦାଧିକାରୀ ଯୋଗଦେବେ।

- Advertisement -

ସୂଚନାଯୋଗ୍ୟ କମ୍ପ୍ୟୁଟର ବେସଡ୍‌ ଟେଷ୍ଟ(ସିବିଟି) ଜରିଆରେ ଶିକ୍ଷକଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ପରୀକ୍ଷା ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯାଇଥିଲା। ପ୍ରାୟ ୩ ମାସ ମଧ୍ୟରେ ପରୀକ୍ଷା ହୋଇ ଫଳ ପ୍ରକାଶ ପାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories