www.samajalive.in
Sunday, December 7, 2025
18.1 C
Bhubaneswar

ଦକ୍ଷିଣ କୋରିଆରେ ଯୁବପିଢ଼ିଙ୍କ ପାଇଁ ସେନା ଚାକିରି ବାଧ୍ୟତାମୂଳକ

ସିଓଲ : ଦକ୍ଷିଣ କୋରିଆ ସରକାର ଦେଶର ପ୍ରତ୍ୟେକ ଯୋଗ୍ୟ ଯୁବପିଢ଼ିଙ୍କ ପାଇଁ ସୈନ୍ୟବାହିନୀରେ ସ୍ୱଳ୍ପକାଳୀନ ଯୋଗଦାନକୁ ବାଧ୍ୟତାମୂଳକ କରିଛନ୍ତି। ସେମାନେ ୨୮ବର୍ଷ ବୟସ ପୂର୍ବରୁ ସୈନ୍ୟବାହିନୀରେ ନିଜର ନାମ ପଞ୍ଜୀକରଣ କରିବେ ଓ ଅନ୍ୟୂନ ୨୧ମାସ ପାଇଁ ଚାକିରି କରିବେ ବୋଲି ସରକାରୀ ନିର୍ଦେଶନାମା ଜାରି ହୋଇଛି। ଏଥିପାଇଁ ଦେଶର ଛାତ୍ରସମାଜ ନିଜକୁ ପ୍ରସ୍ତୁତ କରୁଛନ୍ତି। ଓଜନ କମ୍‍ ଥିବା ଯୁବକ ବା ଛାତ୍ର ଏଥିପାଇଁ ନିଜର ଓଜନ ବୃଦ୍ଧି କରାଉଛନ୍ତି। ଯେଉଁମାନେ କୌଣସି କାରଣରୁ ଯୋଗ୍ୟ ବିବେଚିତ ହେଉ ନାହାନ୍ତି, କୌଣସି ବ୍ୟାଧିରେ ପୀଡ଼ିତ କିମ୍ବା ଆବଶ୍ୟକତାଠାରୁ ଶରୀରର ଓଜନ ଅଧିକ ବା କମ୍‍, ଅଥବା ଶାରୀରିକ ଭାବେ ଅକ୍ଷମ ସେମାନଙ୍କୁ ଅନ୍ୟ କ୍ଷେତ୍ରରେ ନିଯୁକ୍ତି ଦିଆଯାଉଛି। ବିଭିନ୍ନ ଅଦାଲତ କିମ୍ବା ପାଠାଗାରରେ ସେମାନେ ଯୋଗ୍ୟତାନୁସାରେ ନିଯୁକ୍ତି ପାଉଛନ୍ତି।
‘ମିଲିଟାରୀ ମ୍ୟାନ୍‍ପାୱାର ଆଡମିନିଷ୍ଟ୍ରେସନ୍‍’ ଦ୍ୱାରା ପରିଚାଳିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଛାତ୍ରମାନେ ପ୍ରୋଟିନଯୁକ୍ତ ଖାଦ୍ୟ ଓ ପାନୀୟ ବ୍ୟବହାର କରୁଛନ୍ତି ଏବଂ ଅଧିକ ପରିମାଣରେ ଫଳରସ ପିଉଛନ୍ତି। ଏମିତିକି ସଂଗୀତ ଓ ନୃତ୍ୟ ଅଧ୍ୟୟନ କରୁଥିବା ଛାତ୍ରମାନଙ୍କଠାରେ ଏହା ଅଧିକ ଲକ୍ଷ୍ୟ କରାଯାଉଛି। ସେମାନେ ପରସ୍ପରଙ୍କୁ ଏ ବାବଦରେ ସହଯୋଗ କରୁଛନ୍ତି।
ସେନା ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ପ୍ରାର୍ଥୀମାନଙ୍କୁ ବଛାଯିବା ପାଇଁ ‘ଡିଜିଟାଏ ଫୋରେନ୍‍ସିକ’ କୌଶଳ ଅବଲମ୍ବନ କରାଯାଉଛି। ଛାତ୍ରମାନଙ୍କ ସମ୍ପର୍କରେ ଏହା ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଉଛି। ଯେଉଁମାନେ ଯୋଗ୍ୟ ବିବେଚିତ ହେଉ ନାହାନ୍ତି କିମ୍ବା କୌଣସି ଭୁଲ୍‍ଭଟକା କରୁଛନ୍ତି ସେମାନଙ୍କୁ ପୁନର୍ବାର ଶରୀରିକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ପ୍ରାର୍ଥୀଙ୍କୁ ମଧ୍ୟରୁ ଅଧିକାଂଶ ସେନାରେ ଚାକିରି ଜୀବନ ବିତାଇ ଦେଉଛନ୍ତି। ଅନ୍ୟପକ୍ଷରେ କ୍ରୀଡ଼ା କିମ୍ବା ସେଭଳି କୌଣସି କ୍ଷେତ୍ରରେ ପାରଦର୍ଶିତା ଦେଖାଉଥିବା ଯୁବକଙ୍କୁ ସୈନ୍ୟବାହିନୀରେ ନିଯୁକ୍ତି ପାଇଁ ନିମନ୍ତ୍ରଣ ମିଳୁଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories