www.samajalive.in
Tuesday, December 9, 2025
26.1 C
Bhubaneswar

ରାଜ୍ୟରେ ବିଦ୍ୟୁତ୍‌ ଯୋଗାଣ ସ୍ଥିତି ସମୀକ୍ଷା, ଉତ୍ପାଦନ ବଢ଼ାଇବାକୁ ମୁଖ୍ୟସଚିବଙ୍କ ନିର୍ଦେଶ

ଭୁବନେଶ୍ବର: ଆଗାମୀ ଗ୍ରୀଷ୍ମଋତୁରେ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବା ପାଇଁ ଆଗୁଆ ପ୍ରସ୍ତୁତି ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ଏବଂ ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି। ରାଜ୍ୟ ଲୋକସେବା ଭବନରୁ ଆଭାସି ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏ ସମ୍ବନ୍ଧୀୟ ସଦ୍ୟତନ ବୈଷୟିକ ଓ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ବର୍ତ୍ତମାନ ବିଦ୍ୟୁତ ଉତ୍ପାଦନ ଓ ଚାହିଦା ସ୍ଥିତିର ସମୀକ୍ଷା କରି ରାଜ୍ୟରେ ଯେପରି ବିଦ୍ୟୁତ କାଟ (ଲୋଡ୍‌ସେଡିଂ) ସମସ୍ୟା ସୃଷ୍ଟି ନ ହୁଏ ତାହା ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗ୍ରୀଡ୍‌କୋ ଏବଂ ଶକ୍ତି ବିଭାଗଙ୍କୁ ନିର୍ଦେଶ ଦେଇଥିଲେ। ବିଦ୍ୟୁତ ଉତ୍ପାଦନକାରୀ କଂପାନୀମାନେ ନିଜ ନିଜ ବିଦ୍ୟୁତ ଉତ୍ପାଦନ ୟୁନିଟ୍‌ ଗୁଡ଼ିକର ରକ୍ଷଣାବେକ୍ଷଣ ଓ ନବୀକରଣ ସହ ସେଗୁଡ଼ିକୁ ପୂର୍ଣ୍ଣ କ୍ଷମତା ସଂପନ୍ନ ରଖିବା, ୟୁନିଟ୍‌ ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ନିରାପତ୍ତା ଆଦି ଉପରେ ସତର୍କ ଦୃଷ୍ଟି ଦେବାକୁ ଶ୍ରୀ ମହାପାତ୍ର ମଧ୍ୟ ଗ୍ରୀଡ୍‌କୋ ଏବଂ ଶକ୍ତି ବିଭାଗଙ୍କୁ ନିର୍ଦେଶ ଦେଇଥିଲେ। ସୌର, ତାପଜ ଓ ଅନ୍ୟାନ୍ୟ ଉତ୍ସରୁ ବିଦ୍ୟୁତ ଉତ୍ପାଦନ ବଢ଼ାଇ ଦିନର ହାରାହାରି ଆବଶ୍ୟକତା ମେଣ୍ଟାଇବା ସହ ଜଳଭଣ୍ଡାର ଗୁଡ଼ିକୁ ଗ୍ରୀଷ୍ମଋତୁ ନିମନ୍ତେ ସଂରକ୍ଷିତ ରଖିବାଲାଗି ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ଗ୍ରୀଡ୍‌କୋର ପରିଚାଳନା ନିର୍ଦେଶକ ତ୍ରିଲୋଚନ ପଣ୍ଡା ଜଣାଇଥିଲେ ଯେ ବିଭିନ୍ନ ବିଦ୍ୟୁତ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାମାନଙ୍କ ସହ ହୋଇଥିବା ଚୁକ୍ତିନାମା ଅନୁସାରେ ଗ୍ରୀଡ୍‌କୋ ପାଖରେ ବଣ୍ଟନ ପାଇଁ ପ୍ରାୟ ୭,୬୫୧ ମେଗା ୱାଟ୍‌ ବିଦ୍ୟୁତ୍‌ ଅଛି। ଏଥିରୁ ପ୍ରାୟ ୧୨୯୫ ମେଗାୱାଟ୍‌ ଅଣ-ପାରମ୍ପରିକ ଉତ୍ସରୁ ଉତ୍ପାଦିତ ହେଉଛି। କେତେକ ତାପଜ ଏବଂ ଜଳଜ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାରେ ଯାନ୍ତ୍ରିକ ତୃଟି ହେତୁ ଚଳିତମାସ ପ୍ରାୟ ୧୭୦୦ ମେଗାୱାଟ୍‌ ଉତ୍ପାଦନ କମିଛି।

- Advertisement -

ତେବେ ଚଳିତ ଋତୁରେ ଦୈନିକ ସର୍ବାଧିକ ଚାହିଦା ପ୍ରାୟ ୩୩୫୦ ମେଗାୱାଟ ଅଛି। ବିଭିନ୍ନ ଉତ୍ସରୁ ବିଦ୍ୟୁତ ସଂଗ୍ରହକରି ଗ୍ରୀଡ୍‌କୋ ଏହି ଚାହିଦା ପୂରଣ କରୁଛନ୍ତି। ଗ୍ରୀଷ୍ମଋତୁର ସର୍ବାଧିକ ଆବଶ୍ୟକତା ସମୟରେ ଏହି ଚାହିଦା ୪୦୦୦ ମେଗାୱାଟ୍‌ରୁ ଅଧିକ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ତାପଜ ଓ ସୌରସ୍ରୋତ ବିଦ୍ୟୁତ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାମାନେ ନିଜ ନଜର ପୂର୍ଣ୍ଣ କ୍ଷମତା ଅନୁସାରେ ଉତ୍ପାଦନ ବଢ଼ାଇବା ପାଇଁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ। ଜଳଭଣ୍ଡାରଗୁଡ଼ିକୁ ଗ୍ରୀଷ୍ମଋତୁ ନିମନ୍ତେ ସଂରକ୍ଷିତ ରଖିବା ପାଇଁ ନିର୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମର ପରିଚାଳନା ନିର୍ଦେଶକ ପି.କେ. ମହାପାତ୍ର, ଓଡ଼ିଶା ଜଳ ବିଦ୍ୟୁତ ନିଗମର ପରିଚାଳନା ନିର୍ଦେଶକ ଅମରେଶ କୁମାର, ରାଜ୍ୟ ବିଦ୍ୟୁତ ସରବରାହ ନିଗମର ନିର୍ଦେଶକ ବି.ବି. ମେହେଟ୍ଟା, ଜାତୀୟ ତାପଜ ବିଦ୍ୟୁତ ନିଗମର କାର୍ଯ୍ୟନିବାହୀ ନିର୍ଦେଶକ ଏ.କେ. ଗୋସ୍ୱାମୀଙ୍କ ସମେତ ସଂପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories