www.samajalive.in
Sunday, December 7, 2025
14.1 C
Bhubaneswar

କୋକସରାରେ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ପ୍ରତିବାଦ ସଭା

କୋକସରା : ବ୍ଳକ ଗ୍ରାଣ୍ଟ ଶିକ୍ଷକ ଅଧ୍ୟାପକମାନଙ୍କ ପ୍ରତି ସରକାର ଅଣଦେଖା କରୁଥିବା ନେଇ କୋକସରା ବ୍ଲକ ସମ୍ମୁଖରେ ଓଡିଶା ସ୍କୁଲ ଓ କଲେଜ ମିଳିତ ମଞ୍ଚ ତରଫରୁ ଏକପ୍ରତିବାଦ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୭ ମସିହା ସେପ୍ଟେମ୍ବର ୧ ତାରିଖ ଦିନ ଓଡିଶା ବ୍ଳକ ଗ୍ରାଣ୍ଟ ବ୍ୟବସ୍ଥା ଉଛେଦ ଓ ଐତିହାସିକ ଅନୁଦାନ ଆଇନ ଲାଗୁ ନେଇ ଘୋଷଣା କରିଥିଲେ। ଯାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରି ହେଇ ପାରିନାହିଁ। ଆଜିକୁ ୨୫ ଦିନ ହେବ ଆନ୍ଦୋଳନ ଚାଲୁଅଛି ଓ ଗତ ସେପ୍ଟେମ୍ବର ୬ ତାରିଖରୁ ରାଜ୍ୟର ସମସ୍ତ ବ୍ଳ୍‍କ, ଗ୍ରାମଣ୍ଟ ବିଦ୍ୟାଳୟ ମାନଙ୍କର ତାଳାବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ କୋକସରା ବ୍ଳକ ମିଳିତ ମଞ୍ଚ ପକ୍ଷରୁ ମଧ୍ୟ ବ୍ଳକ ସମ୍ମୁଖରେ ପ୍ରତିବାସ ସଭା କରିବା ସହିତ ଚାକିରି ସର୍ତ୍ତାବଳୀ ସହ ପୁର୍ଣ୍ଣ ଅନୁଦାନ ପ୍ରଦାନ କରିବା ପାଇଁ କୋକସରା ବିଡିଓଙ୍କ ଜରିଆରେ ଅର୍ଥମନ୍ତ୍ରୀଙ୍କୁ ଦାବି ପ୍ରଦାନ କରାଯାଇଛି। ଅଧ୍ୟାପକ ଅଶ୍ୱିନ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ସୁବ୍ରତ ବେହେରା, ଶୁଭ୍ରାଂଶୁ ବେହେରା, ମିଳିତ ମଞ୍ଚର ସଭାପତି, ସଂଜୟ କୁମାର ପୁରୋହିତ ପ୍ରମୁଖଙ୍କ ସମେତ କୋକସରା ବ୍ଳକ ୭ ଗୋଟି ବ୍ଳକ, ଗ୍ରାମ ହାଇସ୍କୁଳ ଓ ୩ ଗୋଟି କଲେଜର ଶିକ୍ଷକ ଅଧ୍ୟାପକ ଓ କର୍ମଚାରୀ ସାମିଲ ହୋଇଥିଲେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories