www.samajalive.in
Sunday, December 7, 2025
16.1 C
Bhubaneswar

ମନରେଗା ଯୋଜନାର ବାସ୍ତବ ସ୍ଥିତି : କାମ ଏକ, ନାମ ଅନେକ ; ମଷ୍ଟରରୋଲରେ ଭୂତ ମଜୁରିଆ

ଲମତାପୁଟ/ନନ୍ଦପୁର : ଲମତାପୁଟ ବ୍ଲକ ଅନ୍ତର୍ଗତ କୁମାରଗନ୍ଧଣା ପଞ୍ଚାୟତରେ ଚାଲିଛି ମନରେଗା ଯୋଜନାରେ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ବାରି ହେଉଛି। ସମିତିସଭ୍ୟ ବଳରାମ ମୁଦୁଲି, ୱାର୍ଡସଭ୍ୟ ହରିବନ୍ଧୁ ଗୋଲରୀ ଓ ବଲୁ ନାୟକ, ପରଜାପାଲିବା ଗ୍ରାମର ଦିଲୀପ ମୁଦୁଲି, ହିଙ୍ଗଇପୁଟ ଗ୍ରାମର ପୂର୍ବ ଜାନୀ ଓ ଜଗବନ୍ଧୁ ପାଙ୍ଗି ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ଗୋଟିଏ କାମର ଅନେକ ନାମ କରାଯାଇ ଜାଲ ପାସ ବହି ଓ ଜାଲ ଆଙ୍ଗୁଠି ଛାପ ବଳରେ ଲକ୍ଷାଧିକ ଟଙ୍କା ହେରଫେର ହୋଇଛି। ସେମାନଙ୍କ ଅଭିଯୋଗ ମୁତାବକ କୁମାରଗନ୍ଧଣା ପଞ୍ଚାୟତ କାର୍ଯ୍ୟାଳୟରୁ ୨୦୦ମିଟର ଦୂରରେ ରହିଛି ଏକ ପୁରୁଣା ପୋଖରୀ। ଯାହା ପଞ୍ଚାୟତର ସ୍ଥାୟୀ ସମ୍ପତି ଭାବେ ପରିଚିତ। ଏହାର ପୁନରୁଦ୍ଧାର ନାମରେ ହୋଇଛି ମନରେଗା ଯୋଜନାର ଅର୍ଥ ବାଟମାରଣା। ଅଭିଯୋଗ ଅନୁଯାୟୀ କୁମାରଗନ୍ଧଣା ପୋଖରୀ ପୁନରୁଦ୍ଧାର ନିମନ୍ତେ ମନରେଗା ଯୋଜନାରେ ୱାର୍କକୋର୍ଡ ୨୪୧୧୦୦୮୦୦୯/ଡବ୍ଲ୍ୟୁଏଚ/୧୦୩୯୩୦୨୭ ପ୍ରକାରେ ବର୍ଷ ୨୦୨୧_୨୨ନିମନ୍ତେ ଅନୁମୋଦନ ନଂ ୨୪୧୧୦୦୮/୨୦୨୧_୨୨/୨୨୮୩୮୧/ଏଏସ, ତା ୧/୯/୨୦୨୧ ପ୍ରକାରେ କରାଯାଇ କାର୍ଯ୍ୟ ଆରମ୍ଭ କରାଗଲା। ଏଥିନିମନ୍ତେ ୨୮ଟି ମଷ୍ଟରରୋଲ ମାଧ୍ୟମରେ ୨୬୨ଲୋକଙ୍କୁ ୨୩୦୨ଦିନର କର୍ମନିଯୁକ୍ତି ଦିଆଯାଇଥିବା ଦର୍ଶାଇ ୪୭୬୦୧୦ଟଙ୍କା ପୈଠ କରାଯିବାକୁ ବିଲ କରାଯାଇଥିଲା, କିନ୍ତୁ ପୁନର୍ବାର ସେହି କାର୍ଯ୍ୟକୁ ନାମ ବଦଳାଇ କୁମାରଗନ୍ଧଣା କଲ୍ୟାଣ ମଣ୍ଡପ ନିକଟରେ ଥିବା ପୋଖରୀର ଉନ୍ନୟନ ନାମରେ ୱାର୍କକୋଡ଼ ୨୪୧୧୦୦୮୦୦୯/ଡବ୍ଲ୍ୟୁଏଚ/୧୦୩୯୩୦୨୮ଖୋଲାଯାଇ ଅନୁମୋଦନ ନଂ ୨୪୧୧୦୦୮/୨୦୨୧_୨୨/୨୨୭୬୬୦/ଏଏସ, ତା ୧/୯/୨୦୨୧ ପ୍ରକାରେ ୨୯ଟି ମଷ୍ଟରରୋଲ ମାଧ୍ୟମରେ ୨୭୩ଜଣଙ୍କୁ ୧୫୨୬ଦିନର ନିଯୁକ୍ତି ଦିଆଯାଇଥିବା ଦର୍ଶାଇ ଟ୩୧୬୦୫୦ ବିଲ କରାଯାଇଥିବା କହିଛନ୍ତି। ମଷ୍ଟରରୋଲରେ ସ୍ଥାନ ପାଇଥିବା ଅର୍ଦ୍ଧାଧିକ ମଜୁରିଆ ଭୂତ। କିଛି ବ୍ୟକ୍ତି କାମ ସମ୍ପର୍କରେ ଜାଣି ନଥିବା ଏବଂ ତାଙ୍କ ନାମରେ ମିଥ୍ୟା ଆକାଉଣ୍ଟ ଖୋଲାଯାଇ ଜାଲ ଆଙ୍ଗୁଠି ଛାପ ମାଧ୍ୟମରେ ଟଙ୍କା ଉଠାଯାଉଥିବା ସାଂଘାତିକ ଅଭିଯୋଗ କରିଛନ୍ତି। ସମାନ ଅଭିଯୋଗ କୁମାରଗନ୍ଧଣା ଅଙ୍ଗନବାଡ଼ି କର୍ମୀ ଶଶୀକଳା ପାତ୍ର କରିଛନ୍ତି। ସେ ନିଜେ କୁମାରଗନ୍ଧଣା ପଞ୍ଚାୟତ କାର୍ଯ୍ୟାଳୟରେ ଜାଲ ପାସବୁକ ଓ ଜାଲି ଆଙ୍ଗୁଠି ଛାପ ଦେଇ ଟଙ୍କା ଉଠାଣ ସମ୍ପର୍କେ ଗତ ୪/୯/୨୦୨୧ ରିଖ ଦିନ ଉପଜିଲାପାଳ ଲଳିତ କଅଁରଙ୍କୁ ଓ ଲମତାପୁଟ ବ୍ଲକ୍ କାର୍ଯ୍ୟାଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମନ୍ବିତ ଶିଶୁ ବିକାଶ ଅଧିକାରୀଙ୍କୁ ଭେଟି ଅବଗତ କରିଥିବା କହିଛନ୍ତି। ଯଦି ବିଭାଗୀୟ କର୍ତ୍ତୃପକ୍ଷ ଦୁଇ କାର୍ଯ୍ୟ ପାଇଁ ଦିଆଯାଇଥିବା ମଷ୍ଟରରୋଲ୍ ଯାଞ୍ଚ କରିବେ ସ୍ଥାନ ପାଇଥିବା ବ୍ୟକ୍ତିବିଶେଷଙ୍କୁ ପଚାରି ବୁଝିବେ ଏହାର ସତ୍ୟାସତ୍ୟ ଜାଣି ଆଚମ୍ବିତ ହେବେ ବୋଲି ସମିତିସଭ୍ୟ ବଳରାମ ମୁଦୁଲି କହିଛନ୍ତି। ଏଭଳି ଅଭିଯୋଗ ଶୁଣି ଲମତାପୁଟ ବ୍ଲକ ଏପିଓ ଅଶ୍ୱାସିନି ଖୋସଲାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ଏ ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି। କୁମାରଗନ୍ଧଣା ପଞ୍ଚାୟତ ଜିଆରଏସ ସୁଜିତ କୁମାର ଲନ୍ତାଗଡ ଗତ ୧/୧୨/୨୦୨୧ ରିଖରେ କାର୍ଯ୍ୟରେ ଯୋଗ ଦେଇଥିବାରୁ ଉପରୋକ୍ତ କାର୍ଯ୍ୟ ସମ୍ପର୍କେ କିଛି ଜାଣି ନ ଥିବା ତଥା ପୂର୍ବ ଜିଆରଏସ, ବିଆରଫୁଟିଂ ଯନ୍ତ୍ରୀଙ୍କୁ ବୁଝି କହିବି ବୋଲି କହିଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀ ଶଙ୍କର ମିଶ୍ର ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା କହିବା ସହ ଗୋଟିଏ ପ୍ରକଳ୍ପ ପାଇଁ ଦୁଇ ତିନୋଟି ଫାଇଲ ଖୋଲା ଯାଇପାରିବ କିନ୍ତୁ ବାସ୍ତବ କଥା ଜାଣିବା ପାଇଁ ଏହି ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କେ ଉଠିଥିବା ଅଭିଯୋଗର ସେ ତଦନ୍ତ କରିବେ ବୋଲି କହିଛନ୍ତି। ଆଗାମୀ ଦିନରେ ସବୁ ମଜୁରୀ କାର୍ଡ ସହ ଆଧାର ସଂଲଗ୍ନ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଯାହାଫଳରେ ଏଭଳି ଜାଲ କାର୍ଯ୍ୟ ବନ୍ଦହେବ କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories