www.samajalive.in
Sunday, December 7, 2025
14.1 C
Bhubaneswar

ଯୁବତୀକୁ ପ୍ରେମ କରି ତିନି ସନ୍ତାନଙ୍କ ପିତା ଗିରଫ

କୁଚିଣ୍ଡା : କୁଚିଣ୍ଡା ଥାନା ଘୋଡାବାନ୍ଧୁଣୀ ଗ୍ରାମରେ ଜନୈକ ୪୧ବର୍ଷିୟ ଯୁବକ ଜନୈକ ୨୩ବର୍ଷର ଯୁବତୀକୁ ପ୍ରେମ କରିବା ସହ ଉତକ୍ଷିପ୍ତ ହୋଇ ମୋବାଇଲ ଭାଙ୍ଗି ଦେବା ସହ ମାଡ ମାରିଥିବା ଗୁରୁତର ଅଭିଯୋଗ ହୋଇଛି । ଏହି ଘଟଣାରେ ତିନି ସନ୍ତାନର ପିତାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାଇ କୁଚିଣ୍ଡା ଥାନା ଘୋଡାବାନ୍ଧୁଣି ଗ୍ରାମର ତିନି ସନ୍ତାନର ପିତା ବିଶୋକ ନାଏକ(୪୧) ଜନୈକା ୨୩ବର୍ଷିୟା ଝିଅକୁ  ଭଲ ପାଉଥିଲେ। ଅନ୍ୟପକ୍ଷରେ ଝିଅଟି ତା କଥା ନଶୁଣିବା ଏବଂ ଅନ୍ୟତ୍ର କଥା ଲାଗୁଥିବା ଜାଣି ସେ ଉତକ୍ଷିପ୍ତ ହୋଇପଡିଥିଲା। ଏପରିକି ରାଗରେ ଯୁବତୀକୁ ମାଡ ମାରିବା ସହ ତା ମୋବାଇଲ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏସଂକ୍ରାନ୍ତରେ ସଂପୃକ୍ତ ଯୁବତୀ ପକ୍ଷରୁ କୁଚିଣ୍ଡା ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜ୍ଜୁ ପରେ ରବିବାର ପୁଲିସ ଗିରଫ କରିଥିବା ଜଣାଯାଇଛି । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories