www.samajalive.in
Tuesday, December 9, 2025
16.1 C
Bhubaneswar

ପୁଣି ଜନନୀ ଯନ୍ତ୍ରଣା : ରାସ୍ତା ନ ଥୁବାରୁ ୩ କି.ମି ଷ୍ଟେଚରରେ ବୁହା ହେଲେ ଗର୍ଭବତୀ ମହିଳା

ମୋହନା :  ଗଜପତି ଜିଲ୍ଲା ମୋହନା ବ୍ଳକରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ରାସ୍ତା ନ ଥିବାରୁ ୩ କି.ମି ଷ୍ଟେଚର ବୁହା ହେଲେ ଗର୍ଭବତୀ ମହିଳା । ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ମୋହନା ବ୍ଳକ ବାଲିଗଣ୍ଡା ଗାଁର ପୁଷ୍ପାଞ୍ଜଳି ପାଇକଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଗାଁକୁ ଭଲ ରାସ୍ତା ନ ଥିବାରୁ ଅଧା ରାସ୍ତାରେ ଆମ୍ବୁଲାନ୍ସ ଅଟକିଯାଇଥିଲା। ପରେ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁଙ୍କ ପ୍ରଚେଷ୍ଟା ଓ  ଗ୍ରାମବାସୀଙ୍କ ସହାୟତାରେ ଗର୍ଭବତୀ ମହିଳାଙ୍କୁ ୩ କି.ମି ଷ୍ଟେଚର ବୋହି  ଆମ୍ବୁଲାନ୍ସ ଯାଏଁ ଆଣିବା ପରେ, ସେଠାରୁ ଆମ୍ବୁଲାନ୍ସରେ ଆଣି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଡାକ୍ତର ଓ ନର୍ସଙ୍କର ପ୍ରଗାଢ଼ ଚେଷ୍ଟ। ଫଳରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ପ୍ରସବ କରିଥିବା ଜଣାପଡିଛି । ପ୍ରକାଶ ଥାଉକି, ମୋହନା ବ୍ଳକରେ ବହୁ ଦୁର୍ଗମ ପଞ୍ଚାୟତର ଗ୍ରାମଗୁଡିକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଓ ପୋଲ ନିର୍ମାଣ ହୋଇପାରୁନି । ଅଞ୍ଚଳବାସୀ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପଦାଧିକାରୀଙ୍କୁ ବିଭିନ୍ନ ସମୟରେ ଲିଖିତ ଓ ମୌଖିକ ଭାବେ ଜଣାଇ ଆସୁଥିଲେ ମଧ୍ୟ ଫଳ ଶୂନ । ଦୀର୍ଘ ବର୍ଷ ହେଲା ଗ୍ରାମ ଗୁଡିକର ଏଭଳି ଗୁରୁତର ସମସ୍ୟା ସମାଧାନ ନ ହେବାରୁ ଆଗକୁ ଆସୁଥିବା ନିର୍ବାଚନରେ ଭୋଟ ବର୍ଜନ,ବ୍ଲକ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ଓ ରାଜରାସ୍ତା ଅବରୋଧ କରିବାକୁ ଗ୍ରାମବାସୀମାନେ ମଧ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । କେବେ ରାସ୍ତା ଓ ପୋଲ ନିର୍ମାଣ ହେବ ସେମାନଙ୍କ ଦୁଃଖ ଦୂର ହେବ ସେହି ଦିନକୁ ଅପେକ୍ଷା କରି ଚାହିଁ ରହିଛନ୍ତି ଦୁର୍ଗମ ଅଞ୍ଚଳର ଗ୍ରାମବାସୀ ।

Hot this week

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

Related Articles

Popular Categories