www.samajalive.in
Monday, December 8, 2025
16.1 C
Bhubaneswar

ବୃଦ୍ଧା କାଳରେ ରୋଗ ସାଧୁଛି ଦାଉ

ରେଙ୍ଗାଲିକ୍ୟାମ୍ପ :  ବୃଦ୍ଧ ଅବସ୍ଥାରେ ମଣିଷ ନିଃସଙ୍ଗ ହୋଇଯାଏ,ତେବେ ମଣିଷ ମନରେ ବଞ୍ଚିବାର ଇଚ୍ଛା ଟିକକ ମରିଯାଏ।ଠିକ୍ ଏମିତି ନିଃସଂଗତା ସାଙ୍ଗକୁ ରୋଗ ବଇରୀ ସାଜିଛି, ଜୀବନର ଶେଷ ଦିନକୁ ଗଣିଚାଲିଛନ୍ତି ବୃଦ୍ଧା କିଶୋରୀ। ପୁରା ନାମ କିଶୋରୀ ପୋଢ । ବୟସ ୮୦ବର୍ଷ। ଅତାବିରା ବ୍ଲକ କୁଲିତାଟୁକୁରା ପଞ୍ଚାୟତର କୁଡ଼ାପାଲି ଗ୍ରାମର । ସ୍ଵାମୀ ଦୀର୍ଘଦିନ ରୁ ଆରପାରିକୁ ଚାଲିଗଲେଣି। ପୁଅ ଶଙ୍କର ଭାନୁ ପୋଢ଼ ୧୫ଦିନ ତଳେ ଆତ୍ମହତ୍ୟା କରିବା ପରେ ବୋହୂ ବାପଘରକୁ ଚାଲିଯାଇଛି। କେଉଁ କାରଣରୁ ପୁଅ ଆତ୍ମହତ୍ୟା କରିଛି ତାହା ଜଣାପଡ଼ିନାହିଁ। ବୃଦ୍ଧା ମାଁ ଏବେ ଏକୁଟିଆ । ସ୍ଵାମୀ ଚାଲିଯିବା ପରେ ପୁଅର ମୁହଁକୁ ଚାହିଁ ବିଚାରି କିଶୋରୀ ସବୁ କିଛି ଭୁଲି ଯାଇଥିଲେ। ହେଲେ ନିଜ ଆଖିରେ ପୁଅର ଆତ୍ମହତ୍ୟା ଦେଖିବା ପରେ ବୃଦ୍ଧା ମାଁ ଏବେ ନିଜକୁ ଆଉ ସମ୍ଭାଳି ପାରୁ ନାହାଁନ୍ତି। କିନ୍ତୁ ଏହାଠାରୁ ଆହୁରି ଦୁର୍ଭାଗ୍ୟର କଥା ଯେ କିଶୋରୀ ଆଖିରୁ ଲୁହ ପୋଛିବାକୁ ପାଖରେ କେହି ନାହିଁ। ପେଟ ପାଇଁ ମୁଠାଏ ଖାଦ୍ୟ ଦେବ କିଏ। ପୁଣି ତା ସାଙ୍ଗକୁ ରୋଗ। କିଶୋରୀଙ୍କ ଡାହାଣ ଗୋଡ଼ର ଆଙ୍ଗୁଠି ଗୁଡ଼ିକପ।ଚି ଯାଇ ବହୁତ୍ ଯନ୍ତ୍ରଣା ହେଉଛି। ବୟସର ଆଧିକ୍ୟ ଓ ରୋଗ ର ଯନ୍ତ୍ରଣା ସାଙ୍ଗକୁ ଏକେଲାପଣ ତଥା ପୁଅର ମୃତ୍ୟୁ ତାଙ୍କର ଶରୀର ଓ ମନ ଉଭୟକୁ ଆହୁରି ଦୁର୍ବଳ କରିଦେଇଛି। ଚିକିତ୍ସା କରିବାକୁ ହାତରେ ଅର୍ଥ ନାହିଁ , ପାଖରେ ଲୋକ ନାହିଁ ।ଏମିତି ଅସହାୟ ଅବସ୍ଥାରେ ପଲିଥିନ ତଳେ ଜୀବନ ବିତାଉଥିବା ଏହି ବୃଦ୍ଧାଙ୍କୁ ମିଳୁଛି କେବଳ ପାଞ୍ଚ କିଲୋ ଚାଉଳ ଓ ମାତ୍ର ପାଞ୍ଚଶହ ଟଙ୍କା ଭତ୍ତା। ଏତିକି ସମ୍ବଳ ରେ ଗୋଟିଏ ମାସ ଚଲିବା କଷ୍ଟକର । କିଛି ସ୍ବେଛାସେବୀ ଥରେ ଦୁଇଥର ଏଇ ବୃଦ୍ଧାକୁ ନେଇ କାଦୋବାହାଲ ଡାକ୍ତରଖାନାରେ ଚିକିତ୍ସା କରେଇଥିଲେ,ହେଲେ ରୋଗ ଭଲ ହେଉନାହିଁ। ଏମିତି ଜଣେ ଅସହାୟ ବୃଦ୍ଧା ଙ୍କ ପାଇଁ ଆବାସ ଟିଏ ମଧ୍ୟ ହୋଇନାହିଁ।  ତେବେ ଏହି ବୃଦ୍ଧା କିଶୋରୀ ଙ୍କ ପାଇଁ ଜିଲ୍ଲା ପ୍ରଶାସନ ଅତି ଶୀଘ୍ର ପଦକ୍ଷେପ ନେଇ ତାଙ୍କର ଚିକିତ୍ସା କରାଇବା ସହ ଖଣ୍ଡିଏ  ବାସ ଯୋଗାଇଦେବା ବିଧେୟ ହୋଇପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories