www.samajalive.in
Sunday, December 7, 2025
13.1 C
Bhubaneswar

ଅନଲାଇନରେ ପାଠ ପଢି ତୃତୀୟ ଓ ପଞ୍ଚମ ଶ୍ରେଣୀର ପିଲା ଦେଲେ ଅଫଲାଇନ ବୃତ୍ତି ପରୀକ୍ଷା

ରେଙ୍ଗାଲିକେମ୍ପ :  ଓଡ଼ିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ଵାରା ପରିଚାଳିତ ପଞ୍ଚମ ଓ ତୃତୀୟ ଶ୍ରେଣୀର ବୃତ୍ତି ପରୀକ୍ଷା  ସାରା ରାଜ୍ୟରେ ହୋଇଯାଇଛି। କିନ୍ତୁ ପିଲାଙ୍କର ଉପସ୍ଥାନ ବହୁତ୍ କମ ରହିଥିବା ଦେଖିବାକୁ ମିଳିଥିଲା।ଅତାବିରା ବ୍ଲକ ରେ ଦୁଇଟି କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା ।ବ୍ଲକ ରେ ୧୩୨ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ପଞ୍ଚମ ଓ ତୃତୀୟ ଶ୍ରେଣୀର ପିଲା ମିଶି ମାତ୍ର ୨୪୫ ଜଣ ପରୀକ୍ଷା ଦେଇଛନ୍ତି। ଦୀର୍ଘ ଦୁଇବର୍ଷ ହେଲା କରୋନା ମହାମାରୀ ଯୋଗୁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଛି। ବିଦ୍ୟାଳୟରେ ନିତି ଦିନିଆ ଭାବରେ ପିଲା ମାନେ ପାଠ ପଢ଼ିଲେ ବି ଅଧିକାଂଶ ପିଲା ପାଠ ଗ୍ରହଣ କରିପାରି ନ ଥାନ୍ତି । ଦୁଇ ବର୍ଷ ହେଲା ପିଲା ସ୍କୁଲ୍ ମାଡ଼ି ନାହାନ୍ତି। ସରକାରଙ୍କ କହିବା ମୁତାବକ ପିଲାମାନେ ଏହି ପିଲାମାନେ ମୋବାଇଲ ରେ ଅନଲାଇନ୍ ପାଠ ପଢ଼ିଛନ୍ତି । କିନ୍ତୁ  ଅନେକଙ୍କ ପାଖରେ ମୋବାଇଲ ନାହିଁ,ଯାହା ପାଖରେ ଅଛି ସେଠି ନେଟ ସମସ୍ୟା ତ ଆଉ କେଉଁ ପିଲା ମୋବାଇଲ ରେ ପାଠ ନ ପଢି ଭିଡିଓ ଗେମ୍ ଖେଳିବାରେ ବ୍ୟସ୍ତ। ତେବେ ଏହି ପରୀକ୍ଷାର୍ଥୀଙ୍କ ସଂଖ୍ୟା କମିବା ନିଶ୍ଚିତ ଅଟେ ଯାହାକୁ ନେଇ ଅଭିଭାବକ ,ଶିକ୍ଷକ ତଥା ସି ଆର୍ ସି ସି ମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଯଦି ପିଲାଙ୍କୁ ପାଠ ପଢାଯାଇ ନାହିଁ ,ତେବେ ଏହି ବୃତ୍ତି ପରୀକ୍ଷା କରିବା ର କୌଣସି ଆବଶ୍ୟକତା ମଧ୍ୟ ରହୁନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।  ଏହି ସରକାରୀ ସ୍କୁଲ୍ ଗୁଡିକରେ ପଢୁଥିବା ପିଲାମାନେ ସାଧାରଣତଃ ପଛୁଆ ବର୍ଗର ,ବାପା ମାଁ ମାନେ ବାହାରକୁ ଯାଇ କାମ କରି ଗୁଜୁରାଣ ମେଣ୍ଟାଇ ଥାନ୍ତି । ତେବେ ପିଲାକୁ ପାଠ ପଢିବା ପାଇଁ ମୋବାଇଲ ଦେବା ଅନେକଙ୍କ ପକ୍ଷରେ ସମ୍ଭବ ନୁହେଁ।ତେଣୁ ସେହି ପରିବାର ର ପିଲାଟିଏ ଏହି ଅନଲାଇନ୍ ପଢାରୁ ବଞ୍ଚିତ ହୋଇ ପରୀକ୍ଷା ଦେବାପାଇଁ ମଧ୍ୟ ସକ୍ଷମ ହୋଇପାରି ନାହିଁ।  ଅତାବିରାର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରେ ୧୧୫ ଜଣ ପରୀକ୍ଷା ଦେଇଥିବା ବେଳେ ସି ଆର୍ ସି ସି କିଶୋର ପ୍ରଧାନ ଓ ଋଷୁଭ ପଣ୍ଡା ପର୍ୟ୍ୟବେକ୍ଷକ ଓ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୨୭ ଜଣ ପରୀକ୍ଷା ଦେଇଥିବା ବେଳେ ସି ଆର୍ ସି ସି ମନୋରଞ୍ଜନ ମିଶ୍ର ଓ ବିରେନ୍ଦ୍ର ଭୋଇ ପର୍ୟ୍ୟବେକ୍ଷକ ଦାୟିତ୍ଵ ତୁଲାଇଥିଲେ। ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା ଓ ଭାରପ୍ର।ପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ସାହୁ କେନ୍ଦ୍ର ସୁପରିଷ୍ଟେଣ୍ଡେଣ୍ଟ ଦାୟିତ୍ୱରେ ରହିଥିଲେ।ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତପନ କୁମାର ଦାସ ମୁଖ୍ୟ ପର୍ୟ୍ୟବେକ୍ଷକ ଦାୟିତ୍ୱରେ ରହି ପରୀକ୍ଷାକୁ ସୁଚାରୁ ରୂପେ ସଂପାଦନ କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories