www.samajalive.in
Tuesday, December 9, 2025
26.1 C
Bhubaneswar

‘ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଅତ୍ୟନ୍ତ ସୁରକ୍ଷିତ ଓ ଦକ୍ଷତାସମ୍ପନ୍ନ’

ଜେନେରାଲ ବିପିନ୍‌ ରାୱତ ଗସ୍ତ କରୁଥିବା ହେଲିକପ୍ଟର ଏମ୍‌ଆଇ-୧୭ଭି୫ ବାୟୁସେନା ହେଲିକପ୍ଟର ଅତ୍ୟନ୍ତ ସୁରକ୍ଷିତ ଥିଲା। ଏହା ଦୁର୍ଘଟଣାଗ୍ରସ୍ତ ହେବା ବିଶେଷଜ୍ଞମାନଙ୍କୁ ବିସ୍ମିତ କରିଛି। ୨୦୧୯ ଫେବୃଆରୀରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ ସମୟରେ ଏହି ଶ୍ରେଣୀର ଏକ ହେଲିକପ୍ଟର କ୍ଷତିଗ୍ରସ୍ତ ହୋଇଥିଲା। ଏତଦ୍‌ ବ୍ୟତୀତ କେବେ ହେଲେ ଏହା ଦୁର୍ଘଟଣାଗ୍ରସ୍ତ ହେବାର ନଜିର ନାହିଁ। ଏହି ରୁଷିଆ ନିର୍ମିତ ବହୁମୁଖୀ ହେଲିକପ୍ଟର ଦୁଇ ଇଞ୍ଜିନ ବିଶିଷ୍ଟ ଏବଂ ବିଶ୍ବର ସର୍ବାଧୁନିକ। ଏହା ଏମ୍‌ଆଇ-୧୭ ପରିବହନ ହେଲିକପ୍ଟର ଶ୍ରେଣୀର ହୋଇଥିଲାବେଳେ ଅତି ଉଚ୍ଚ ଆକାଶ​‌େ​‌ର ଓ ଯେ କୌଣସି ପାଣିପାଗ ତଥା ଭୌଗୋଳିକ ଅବସ୍ଥାରେ ଉଡ଼ିବା ଦକ୍ଷତା ରଖିଛି। ରାତିରେ ମଧ୍ୟ ଏହା ଉଡ଼ିବା ସହ ଲକ୍ଷ୍ୟସ୍ଥଳରେ ଆକ୍ରମଣ କରିପାରେ। ବିଶେଷ ଭାବେ ଏହା ପରିବହନ କ୍ଷେତ୍ରରେ ନିୟୋଜିତ ହେଉଥିଲେ ମଧ୍ୟ ଅଧିକଂାଶ ସମୟରେ ରକେଟ ଓ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ମଧ୍ୟ ଏହା ଉପଯୋଗୀ। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପ୍ରତି ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ନେବାଆଣିବାରେ ହିଁ ବ୍ୟବହୃତ ହୋଇଥାଏ। ଏହା ଅତ୍ୟନ୍ତ ଭରସାଯୋଗ୍ୟ ବିବେଚିତ ହେବା ପରେ ୨୦୧୩ରୁ ୨୦୧୮ ମଧ୍ୟରେ ଏହି ଶ୍ରେଣୀର ୮୦ଟି ହେଲିକପ୍ଟର ୧୩୦ କୋଟି ଡଲାର ମୂଲ୍ୟରେ କିଣାଯାଇ ବାୟୁସେନାରେ ସାମିଲ ହୋଇଥିଲା। ପରବର୍ତ୍ତୀ ସମୟରେ ଆଉ ୭୧ଟି ପାଇଁ ରୁଷିଆ ସହିତ ରାଜିନାମା ସ୍ବାକ୍ଷରିତ ହୋଇଛି। ଏହା ଏକାଦିକ୍ରମେ ୧୩ ହଜାର କିଲୋଗ୍ରାମ ଓଜନର ସାମଗ୍ରୀ ଓ ୩୬ ଯବାନଙ୍କ ପରିବହନ ସହ ଘଣ୍ଟା ପ୍ରତି ୨୫୦କିଲୋମିଟର ବେଗରେ ଉଡ଼ିପାରେ। ଏହି ଶ୍ରେଣୀର ୧୦୯ ହେଲିକପ୍ଟରର କୋଏମ୍ବାଟୁର ନିକଟ ସୁଲୁର ବିମାନ ଘାଟିରେ ମୁତୟନ ହୋଇଛି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories