www.samajalive.in
Wednesday, December 10, 2025
15.1 C
Bhubaneswar

ବର୍ଷାରେ ବ୍ୟାପକ କ୍ଷୟକ୍ଷତି, କ୍ଷତି ପୂରଣ ସହିତ ଋଣ ଛାଡ ଦାବି

ବେଗୁନିଆ : ବାତ୍ୟା ଜୱାଦ ପ୍ରଭାବରେ ଗତକାଲି ଠାରୁ ତୁହାକୁ ତୁହା ବର୍ଷା ଜାରି ରହିଛି । ଫଳରେ ବେଗୁନିଆ ବ୍ଲକର ୨୧ ଗୋଟି ପଞ୍ଚାୟତ ର ପ୍ରାୟ ୮୦ଭାଗ ଫସଲ ନଷ୍ଟ ହେବା ନିଶ୍ଚିତ ହୋଇଯାଇଛି । ବେଗୁନିଆ ଅଞ୍ଚଳରେ ୨୨ ମିଲି ମିଟର ବର୍ଷା ହୋଇଥିବାର ରେକର୍ଡ ହୋଇଛି । ଫଳରେ ଚାଷ ଜମିରେ ପାଣି ଜମି ରହିଛି । ବର୍ଷାର ପରିମାଣ ଆଗକୁ ଆହୁରି ବଢିବାର ସୂଚନା ଥିବାରୁ ଚାଷୀକୁଳ ହତାଶ ହୋଇପଡିଛନ୍ତି । ଆଉ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଧାନ ଅମଳ ହୋଇଥାନ୍ତା । କିନ୍ତୁ ଜୱାଦ ଚାଷୀମାନଙ୍କର ସୁଖକୁ ଛଡାଇନେଇଛି । ଆମ ବେଗୁନିଆ ପ୍ରତିନିଧି ବ୍ଲକର ବିଭିନ୍ନ ପଞ୍ଚାୟତ ର ଚାଷୀମାନଙ୍କୁ ଭେଟି ଚାଷ ଜମିର ଫସଲ ବୁଲି ଦେଖିଥିଲେ । ଚାଷୀମାନଙ୍କ ସହିତ କଥା ହେବାରେ ସେମାନେ ସମବାୟ ସମିତି ଏବଂ ଗାଁ ମହାଜନଙ୍କ ଠାରୁ ଧାର କରଜ କରି ବହୁ କଷ୍ଟରେ ଚାଷ କରିଥିବା ବିଲରେ ପାଣି ଜମି ରହିବା ଯୋଗୁଁ ପାଚିଲା ଫସଲ ନଷ୍ଟ ହୋଇଯାଇ ଥିବା କୋହଭରା କଣ୍ଠରେ ପ୍ରକାଶ କରିଥିଲେ । ଯଦି ପାଣି ବିଲରୁ ଶୀଘ୍ର ନ ଛାଡ଼େ ତାହେଲେ ଧାନଗଛ ଗୁଡିକ ବିଲରେ ପଡି ଗଜା ହୋଇଯିବ। ଏଭଳି ପରିସ୍ଥିତିରେ ଚାଷୀମାନେ କଣ କରିବେ ସରକାରୀ ସାହାଯ୍ୟ ନପାଇଲେ ଧାର କରଜ କିପରି ସୁଝିବେ ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି । ସରକାର ଚାଷୀମାନଙ୍କର ଋଣ ଛାଡ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି । ବେଗୁନିଆ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ୧୪୦୯୨ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ୫୦୯ ହେକ୍ଟର ଜମିର ଧାନ କଟା ହୋଇଥିବା ବେଳେ ସେ ସମୟରେ ଚାଷୀମାନଙ୍କର ହୋଇଥିବା କ୍ଷୟକ୍ଷତିର ଆକଳନ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । ଚାଷୀମାନେ ସରକାରୀ ସହାୟତା ମଧ୍ୟ ପାଇପାରିନାହାନ୍ତି । ବିଭାଗୀୟ କର୍ମଚାରୀ ମାନେ ସଠିକ ଭାବେ କ୍ଷୟକ୍ଷତିର ପରିମାଣ ସରକାରଙ୍କୁ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ବୀମା କମ୍ପାନୀର କର୍ମଚାରୀ ମାନେ ଆଜି ପର୍ଯ୍ୟନ୍ତ ଗଲା ଲଘୁଚାପ ଜନିତ ଲଗାଣ ବର୍ଷାର କ୍ଷୟକ୍ଷତି ଆକଳନ କରିବାକୁ ଆସିନାହାନ୍ତି । ଚାଷୀମାନେ ସେମାନଙ୍କୁ ଫୋନ କଲେ ସେମାନେ ଫୋନ ରିସିଭ କରୁନାହାନ୍ତି । ବର୍ଷା ଯୋଗୁଁ ବେଗୁନିଆ ଅଞ୍ଚଳରେ ନାହିଁ ନଥିବା ଧାନ ଏବଂ ପନିପରିବା ଆଦି ନଷ୍ଟ ହୋଇଛି । ତୁରନ୍ତ କ୍ଷତି ପୂରଣ ଦେବା ସହିତ ରବି ଚାଷ ପାଇଁ ଉନ୍ନତ ମାନର ବିହନ, ସାର ଓ ଔଷଧ ବିନା ମୂଲ୍ୟରେ ଯୋଗାଇବା ସଙ୍ଗେ ସଙ୍ଗେ ଚାଷୀମାନଙ୍କ ଋଣ ସମ୍ପୂର୍ଣ ଛାଡ଼ ପାଇଁ ଚାଷୀମାନେ ଦାବି କରିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories