www.samajalive.in
Sunday, December 7, 2025
26.1 C
Bhubaneswar

ତଥ୍ୟର ଗୋପନୀୟତା, କ୍ରିପ୍ଟୋକରେନ୍ସି ବିଲ୍ ଓ ବ୍ଲକ୍‌ଚେନ୍ ପ୍ରଯୁକ୍ତିକୁ ମୁକେଶ ଅମ୍ବାନିଙ୍କ ସମର୍ଥନ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି ତଥ୍ୟର ଗୋପାନୀୟତା ଓ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍‌କୁ ଦୃଢ଼ ସମର୍ଥନ ଦେଇଛନ୍ତି । ସରକାର ଭବିଷ୍ୟତକୁ ସୁହାଇବା ଭଳି ନୀତି ଓ ନିୟମ ଆଣୁଥିବା ସେ କହିଛନ୍ତି ।

ଇଟଂରନ୍ୟାସନାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ସେଂଟର୍‌ସ ଅଥରିଟି (ଆଇଏଫ୍‌ଏସ୍‌ସିଏ) ପକ୍ଷରୁ ଆୟୋଜିତ ଇନ୍‌ଫିନିଟି ଫୋରମ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ଭିତ୍ତିଭୂମି ଗଠନ କରିବା ଓ ତାହାର ସୁରକ୍ଷା କରିବାର ଅଧିକାର ଦେଶ ପାଖରେ ରହିଛି । ଆଧାର, ଡିଜିଟାଲ୍ ବ୍ୟାଙ୍କ ଖାତା ଏବଂ ଡିଜିଟାଲ୍ ପେମେଂଟ୍ ଆଦି ଜରିଆରେ ଦେଶର ଡିଜିଟାଲ୍ ପରିଚୟ ବେଶ ଉତ୍ସାହଜନକ ରହିଛି । ଆମେ ତଥ୍ୟର ଗୋପନୀୟତା ସୁରକ୍ଷା ବିଲ୍ ଓ କ୍ରିପ୍ଟୋକରେନ୍ସି ବିଲ୍ ଉପସ୍ଥାପନ କରିବାକୁ ଯାଉଛେ । ଆମେ ସଠିକ୍ ପଥରେ ଅଛନ୍ତି ବୋଲି ମୁକେଶ କହିଛନ୍ତି । ଭାରତ ଓ ବିଶ୍ୱର ପ୍ରତିଟି ଦେଶ ଲାଗି ଡାଟା ଓ ଡିଜିଟାଲ୍ ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ । ପ୍ରତି ଦେଶ ପାଖରେ ନିଜ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ଭିତ୍ତିଭୂମି ଗଠନ କରିବା ଓ ତାହାର ସୁରକ୍ଷା କରିବାର ଅଧିକାର ରହିଛି ବୋଲି ସେ କହିଛନ୍ତି ।

- Advertisement -

ମୁକେଶ କହିଛନ୍ତି ଯେ ମୁଁ ବ୍ଲକ୍‌ଚେନ୍ ପ୍ରଯୁକ୍ତି ଉପରେ ବିଶ୍ୱାସ କରେ । ଏହା କ୍ରିପ୍ଟୋକରେନ୍ସି ଠାରୁ ସମ୍ପୂର୍ଣ୍ଣ ଅଲଗା । ଏକ ବିଶ୍ୱାସ ଭିତିକ ସମାନତାର ସମାଜ ଲାଗି ବ୍ଲକ୍‌ଚେନ୍ ପ୍ରଯୁକ୍ତି ଜରୁରୀ । ବ୍ଲକ୍‌ଚେନ୍‌କୁ ବ୍ୟବହାର କରି ପ୍ରତି ପ୍ରକାର କାରବାରରେ ଆମେ ଅତୁଳନୀୟ, ବିଶ୍ୱାସଜନକ, ସ୍ୱୟଂକ୍ରିୟ ଓ ଦକ୍ଷତା ହାସଲ କରିପାରିବା । ଅର୍ଥନୀତିର ଜୀବନରେଖା କୁହାଯାଉଥିବା ଯୋଗାଣ ଶୃଙ୍ଖଳକୁ ଆମେ ଏହା ଜରିଆରେ ଆଧୁନିକୀକରଣ କରିପାରିବା ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଡିଜିଟାଲ୍ ଭିତିଭୂମି ଓ ନୀତି ନିୟମ ପ୍ରଣୟନ କରି ଏକ ଅଗ୍ରଣୀ ଡିଜିଟାଲ୍ ସମାଜରେ ରୂପାନ୍ତରିତ ହେବାର ପଥରେ ଭାରତ ବହୁତ ଭଲ ଭାବେ ରହିଛି । ସବୁ କିଛିର ମୂଳ କେନ୍ଦ୍ର ହେଉଛି ଫାଇନାନ୍ସ । ମୋର ବିଶ୍ୱାସ ରହିଛି ଯେ ଆମେ ଡିଜିଟାଲକରଣର ପ୍ରାରମ୍ଭିକ ପର‌୍ୟ୍ୟାୟରେ ଅଛୁ ଏବଂ ନୂଆ ପିଢ଼ିର ପ୍ରଯୁକ୍ତିର ଅଭ୍ୟୁଦୟ ହେଉଥିବାରୁ ଫାଇନାନ୍ସର ଏକ ବିକେନ୍ଦ୍ରୀକରଣ ମଡେଲ୍‌କୁ ଗ୍ରହଣ କରିବାର ସୁଯୋଗ ଆମ ପାଖରେ ରହିଛି । କେନ୍ଦ୍ରୀୟ ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କ ରହିବ, କିନ୍ତୁ ଏହା ସହିତ ଏକ ବିକେନ୍ଦ୍ରୀକରଣ ପ୍ରଯୁକ୍ତି ସମାଧାନ ରହିବ ଯେଉଁଥିରେ ଫାଇନାନ୍ସ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories