www.samajalive.in
Sunday, December 7, 2025
16.1 C
Bhubaneswar

ଲଣ୍ଡନ ,ଆମଷ୍ଟରଡାମ୍ ରୁ  ଆସିଥିବା ୪ ଯାତ୍ରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ଗତକାଲି ବିଳମ୍ବିତ ରାତିରେ ଲଣ୍ଡନ ଏବଂ ଆମଷ୍ଟରଡାମ୍ ରୁ  ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିବା ୪ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଖବର ମିଳିଛି। ସେମାନଙ୍କୁ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଜିନୋମ ସିକ୍ୱେନସିଂ ପାଇଁ  ସେମାନଙ୍କ ନମୁନା ପଠାଯାଇଛି।
ବିଶ୍ୱର ଅନେକ ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଭାରତରେ ଯେପରି ନିଜର କାୟା ବିସ୍ତାର ନକରେ ସେଥିପ୍ରତି ପଦକ୍ଷେପ ଗ୍ରହଣ କରାଯାଉଛି।
ବିମାନ ବନ୍ଦରରେ ଯାତ୍ରୀମାନଙ୍କ କରୋନା ପରୀକ୍ଷା ମଧ୍ୟ କରାଯାଉଛି ଏବଂ ଯଦି କେହି ସଂକ୍ରମିତ ହୋଇଥିବେ ତେବେ ତାଙ୍କ ନମୁନାକୁ ଜିନୋମ ସିକ୍ୱେନସିଂ ପାଇଁ  ପଠାଯାଉଛି ।
କରୋନା ଭାଇରସର ନୂତନ ଓମିକ୍ରନ୍ ଭାରିଆଣ୍ଟ  ରୋଗୀଙ୍କୁ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ତୁରନ୍ତ ଏହି ଦିଗରେ ପ୍ରସ୍ତୁତି ଶେଷ କରିବାକୁ ସରକାର ଡାକ୍ତରଖାନା ପରିଚାଳନାକୁ ମଧ୍ୟ କହିଛନ୍ତି।

ଲୋକ ନାୟକ ଜୟପ୍ରକାଶ ହସ୍ପିଟାଲରେ କୋଭିଡ ୱାର୍ଡ ଅଛି ଯାହା କରୋନାର ନୂତନ ପ୍ରକାରରେ ସଂକ୍ରମିତ ରୋଗୀଙ୍କ ପାଇଁ ଖୋଲାଯାଇଛି । ଯଦିଓ ଏପର୍ୟ୍ୟନ୍ତ ଦିଲ୍ଲୀରେ ସେପରି କୌଣସି ମାମଲା ସାମ୍ନାକୁ ଆସିନାହିଁ, ତଥାପି କରୋନା ଭାଇରସ ପ୍ରତି ଅବହେଳା ନକରିବା ପାଇଁ ଦିଲ୍ଲୀ ସରକାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଡାକ୍ତରଖାନା ଠାରୁ ଆରମ୍ଭ କରି ନୀରିକ୍ଷଣ, ପରୀକ୍ଷା ଏବଂ ଟୀକାକରଣ ପର୍ୟ୍ୟନ୍ତ ସମସ୍ତ ଜିଲ୍ଲାକୁ ମଧ୍ୟ ଏକାଠି କାମ କରିବାକୁ କୁହାଯାଇଛି। ଏତଦ୍ ବ୍ୟତୀତ କରୋନା ଟୀକାକରଣ ସଂପର୍କରେ ଦ୍ୱାର-ଦ୍ୱାର ଯାଇ କରୋନା ବିରୁଦ୍ଧରେ ଲଢେଇ ଜାରି ରଖିବାକୁ ଓ ସଚେତନ ପାଇଁ ଅଭିଯାନ ଜାରି ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

- Advertisement -

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories