www.samajalive.in
Sunday, December 7, 2025
18.1 C
Bhubaneswar

ଜାଣନ୍ତୁ, ପୂଜା ସମୟରେ ଘଣ୍ଟି ବଜାଇବାର ପ୍ରଭାବ

କୁହାଯାଇଛି ଯେ, ପୂଜା ସମୟରେ ଘଣ୍ଟି ବଜାଇବା ଉଚିତ। ଏପରି କରିବା ଦ୍ୱାରା ଈଶ୍ୱର ଶୀଘ୍ର ଆପଣଙ୍କ ପ୍ରାର୍ଥନା ଶୁଣିଥାନ୍ତି। ଘଣ୍ଟି ବଜାଇବା ଦ୍ୱାରା କେବଳ ଈଶ୍ୱରଙ୍କ କୃପା ଲାଭ ମିଳି ନଥାଏ ଏହାସହ ଅନେକ ଲାଭ ମଧ୍ୟ ହୋଇଥାଏ। ଘଣ୍ଟି ବଜାଇବା ଦ୍ୱାରା ଅନେକ ବୈଜ୍ଞାନିକ ପ୍ରଭାବ ପଡିଥାଏ। ଏହି କାରଣରୁ ମନ୍ଦିରରେ ସର୍ବଦା ପ୍ରବେଶ ଦ୍ୱାର ନିକଟରେ ଘଣ୍ଟି ଲଗାଯାଇଥାଏ।ଘଣ୍ଟି ବଜାଇବାର ବୈଜ୍ଞାନିକ କାରଣ:
ମନ୍ଦିର ଘରେ ହେଉ କି ଯେକୌଣସି ଧାର୍ମିକ ସ୍ଥଳରେ ହେଉ ସେଠାରେ ଘଣ୍ଟି ରହିବା ଉଚିତ। ଘଣ୍ଟିର ଅନେକ ଧାର୍ମିକ କାରଣ ରହିଛି। ଘଣ୍ଟି ବଜାଇବା ଦ୍ୱାରା ପାଖାପାଖି ଥିବା ବାତାବରଣ ସୁସ୍ଥ ରହିଥାଏ। ଏହାସହ ମନ ଶାନ୍ତି ରହିଥାଏ। ଘଣ୍ଟି ବଜାଇବା ବେଳେ ନକାରାତ୍ମକ ଶକ୍ତି ଓ ଦୁଷ୍ଟ ଶକ୍ତିର ପ୍ରଭାବ ନଷ୍ଟ ହୋଇ ଯାଇଥାଏ।
ଯେଉଁ ସ୍ଥାନରୁ ନିୟମିତ ଘଣ୍ଟି ବଜାଉଥିବାର ଶଦ୍ଦ ଆସିଥାଏ ସେହି ସ୍ଥାନର ବାତାବରଣ ସର୍ବଦା ଶୁଦ୍ଧ ଓ ପବିତ୍ର ହୋଇଥାଏ। ଏହି କାରଣରୁ ପ୍ରାୟ ଲୋକେ ନିଜ ଘରର ମନ୍ଦିରରେ ଘଣ୍ଟି ଲଗାଇଥାନ୍ତି। ଏଥିରୁ ବାହାରୁ ଥିବା ଶଦ୍ଦ ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଯାଇଥାଏ। ନକାରାତ୍ମକ ଶକ୍ତି ଦୂର ହୋଇଯିବା ଦ୍ୱାରା ଘରେ ସମୃଦ୍ଧିର ବାତାବରଣ ସୃଷ୍ଟି ହୋଇଥାଏ।ଘଣ୍ଟି ବଜାଇବା ଦ୍ୱାରା ସମସ୍ତ ଦେବାଦେବୀ ଆପଣଙ୍କ ପ୍ରାର୍ଥନା ଶୁଣିଥାନ୍ତି। ଘଣ୍ଟିର ଧ୍ୱନୀ ସମସ୍ତ ଦେବାଦେବୀ ଶୁଣିବା ଦ୍ୱାରା ପୂଜା ଅଧିକ ଫଳଦାୟୀ ଓ ପ୍ରଭାବଶାଳୀ ହୋଇଥାଏ। କୁହାଯାଇଛି ଯେ, ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ସମସ୍ତ ପାପ ନଷ୍ଟ ହୋଇ ଯାଇଥାଏ। ପ୍ରାୟତଃ ସକାଳ ଓ ସନ୍ଧ୍ୟା ବେଳେ ପୂଜା ସମୟରେ ଏକ ବିଶେଷ ଧ୍ୱନୀର ଘଣ୍ଟି ବଜା ଯାଇଥାଏ। ଏହାଦ୍ୱାରା ସେଠାରେ ଈଶ୍ୱରଙ୍କ ଉପସ୍ଥିତି ଅନୁଭବ ହୋଇଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories