www.samajalive.in
Tuesday, December 9, 2025
16.1 C
Bhubaneswar

ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପର ସୁଡ଼ଙ୍ଗ କାମ ଶେଷ

ଭୁବନେଶ୍ବର : ତାଳଚେର-ବିମଳାଗଡ଼ ନୂତନ ରେଳ ପ୍ରକଳ୍ପର ଗୁରୁତ୍ବପୂର୍ଣ୍ଣ ଟନେଲର(ସୁଡ଼ଙ୍ଗ) କାର୍ଯ୍ୟ ସମ୍ପାଦନ ହୋଇଛି। ଏହି ପ୍ରକଳ୍ପ ଶୀଘ୍ର ସମାପ୍ତି ପାଇଁ ରେଳ ମନ୍ତ୍ରାଳୟ ପ୍ରାଥମିକତା ଦେଇଆସୁଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚାଲୁ ରହିଥିବା ରେଳ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସାରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି। ରେଳବାଇ ସରକାରୀ ସଂସ୍ଥାଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପରାମର୍ଶ ଦେଇଥିଲେ।
ଆର୍ଥିକ ବର୍ଷ ୨୦୦୩-୦୪ରେ ମଞ୍ଜୁର ହୋଇଥିବା ୧୪୯.୭୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ତାଳ‌େ‌ଚର-ବିମଳାଗଡ଼ ନୂତନ ବ୍ରଡ଼ଗଜ ରେଳ ଲିଙ୍କ ପ୍ରକଳ୍ପ ଇତିମଧ୍ୟରେ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ସୁନାଖଣି ଓ ସାମଲ୍ ରେଳ ରହଣିସ୍ଥଳ(ଷ୍ଟେସନ୍) ମଧ୍ୟରେ ଥିବା ବାରୁଆଁ ପାହାଡ଼ରେ ୮୪୦ ମିଟର ଲମ୍ୱା ଟନେଲର କାର୍ଯ୍ୟ ସମ୍ପାଦନ ପାଇଁ ପୂର୍ବତଟ ରେଳପଥ ନିର୍ମାଣ ସଂସ୍ଥାର ଇଞ୍ଜିନିୟରିଂ ଦଳ ଅନ୍ତିମ ବିସ୍ଫୋରଣ କରି କାର୍ଯ୍ୟ କରିଛନ୍ତି। ଦେବଗଡ଼ ଏବଂ ସୁନ୍ଦରଗଡ଼ ଜିଲାରେ ଜମି ଅଧିଗ୍ରହଣ ମନ୍ଥର ଅଗ୍ରଗତି ହେତୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଛି। ଏହି ଦୁଇଟି ଜିଲାରେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ପୂର୍ବତଟ ରେଳପଥ ଉଭୟ ରାଜ୍ୟ ପ୍ରଶାସନ ଏବଂ ଜିଲା ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ରହିଛି। ବିମଳାଗଡ଼ ପାର୍ଶ୍ୱରୁ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯାଇ ପାରିବ। ଡିସେମ୍ବର ୨୦୧୯ରେ ତାଳଚେର ଏବଂ ବିମଳାଗଡ଼ ମଧ୍ୟରେ ଚାଲିଥିବା ନୂତନ ରେଳ ଲାଇନରେ ତାଳଚେର ଷ୍ଟେସନ ଏବଂ ସୁନାଖଣି ରେଳ ଷ୍ଟେସନ ମଧ୍ୟରେ ୨୦ କିଲୋମିଟର ରେଳ ଲାଇନ ନିର୍ମାଣ ଶେଷ ହୋଇଛି। ସମୁଦାୟ ପ୍ରକଳ୍ପ ଦୈର୍ଘ୍ୟ ୧୪୯.୭୮ କିମି ମଧ୍ୟରୁ ଅନୁଗୋଳ ଜିଲାରେ ୭୯ କିମି, ଦେବଗଡ଼ ଜିଲାରେ ୩୨ କି.ମି ଏବଂ ସୁନ୍ଦରଗଡ଼ ଜିଲା ମଧ୍ୟରେ ୩୯ କିମି ଦୈର୍ଘ୍ୟ ରହିଛି। ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁର, ଉଲ୍ଲଙ୍ଘନକାରୀ ଉପଯୋଗିତା ସ୍ଥାନାନ୍ତର, ବିଭିନ୍ନ କର୍ତ୍ତୃପକ୍ଷଙ୍କଠାରୁ ଆଇନଗତ ସବୁଜ ସଙ୍କେତ(କ୍ଲିୟରାନ୍ସ), ପ୍ରକଳ୍ପ ସ୍ଥଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଇତ୍ୟାଦି ଉପରେ ଏହି ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନିର୍ଭର କରୁଛି। ଏହି ପ୍ରକଳ୍ପ ସମାପ୍ତ ପରେ ତାଳଚେର ଓ ରାଉରକେଲା ମଧ୍ୟରେ ଦୂରତ୍ୱ ପ୍ରାୟ ୧୨୬ କିମି ହ୍ରାସ ପାଇବ। ଯଦ୍ଦ୍ବାରା ବନ୍ଦରଗୁଡ଼ିକ ମାଧ୍ୟମରେ ଗୁଣାତ୍ମକ ଲୁହାପଥର ବିଦେଶକୁ ରପ୍ତାନିରେ ସାହାଯ୍ୟ କରିବ। ଏହି ପ୍ରକଳ୍ପ ଦ୍ୱାରା ଆଭ୍ୟନ୍ତରୀଣ ଜିଲା ଅନୁଗୋଳ, ଦେବଗଡ଼ ଏବଂ ସୁନ୍ଦରଗଡ଼ରେ ଅର୍ଥନୈତିକ ବିକାଶ ବୃଦ୍ଧି କ୍ଷେତ୍ରରେ ସହାୟତା ହୋଇପାରିବ।

ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
ବହୁ ପ୍ରତିକ୍ଷୀତ ତାଳଚେର-ବିମଳାଗଡ ରେଳ ପ୍ରକଳ୍ପ କାମ ତ୍ବରାନ୍ବିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ବିଟ୍‌ କରିଛନ୍ତି, ମୋଦୀ ସରକାରଙ୍କ ନେତୃତ୍ବରେ ଓଡ଼ିଶାରେ ରେଳ ଯୋଗାଯୋଗ ତଥା ସଂଯୋଗୀକରଣ ବିକାଶର କାମ ତ୍ବରାନ୍ବିତ ହୋଇଛି। ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ସୁନାଖଣି ଓ ସମଲ ରେଳ ରହଣିସ୍ଥଳ ମଧ୍ୟରେ ଥିବା ବାରୁଆଁ ପାହାଡ଼ର ୮୪୦ ମିଟର ଲମ୍ବ ସୁଡ଼ଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୧,୯୨୮ କୋଟି ଟଙ୍କା ଖର୍ଚ୍ଚରେ ୧୪୯,୭୮ କିମି ଏହି ରେଳ ଲାଇନ ପ୍ରକଳ୍ପ ଓଡ଼ିଶାର ଖଣି ଅଞ୍ଚଳରେ ରେଳ ସଂଯୋଗୀକରଣକୁ ସୁଦୃଢ କରିବ। ତାଳଚେର ଓ ରାଜ୍ୟର ଅର୍ଥନୀତିକୁ ବିକାଶ କରିବ। ୧୬.୩୧ କିମିର ସୁନାଖଣି-ସମଲ ଓ ସମଲ-ପରବିଲ ୨ଟି ବ୍ଲକ ସେକ୍ସନକୁ ୨୦୨୧-୨୦୨୨ରେ କାର୍ଯ୍ୟକ୍ଷମ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାରେ ରେଳ କାର୍ଯ୍ୟର ବିକାଶକୁ ପ୍ରାଥମିକତା ଦିଆଯାଇଛି। ରାଜ୍ୟବାସୀଙ୍କ ୫ ଦଶନ୍ଧିର ଦାବିକୁ ପୂରଣ କରିବା ଦିଗରେ ସମସ୍ତ ବାଧାବିଘ୍ନକୁ ହଟାଇବା ପାଇଁ ନିରନ୍ତର କାର୍ଯ୍ୟ କରାଯାଉଛି।

- Advertisement -

 

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁଟ୍ଟ ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories