www.samajalive.in
Sunday, December 7, 2025
23.1 C
Bhubaneswar

ମୁଖ୍ୟମନ୍ତ୍ରୀ ଓ ଦିବ୍ୟ ଶଙ୍କରଙ୍କ କୁଶ ପୁତ୍ତଳିକା ଦାହ ; ମମିତା ହତ୍ୟା ଘଟଣାର ନ୍ୟାୟ ମାଗୁଛି ବିଜେପି

କଲମପୁର : ଅଞ୍ଜନା ମିଶ୍ର ଗଣଧର୍ଷଣ ପାଇଁ ୧୯୯୯ରେ କଂଗ୍ରେସ ରାଜ୍ୟ ଶାସନ କ୍ଷମତାରୁ ବିଦା ହେଇଥିଲା। ଆଜି ପର୍ଯ୍ୟନ୍ତ ଶାସନ କ୍ଷମତାକୁ ଆସିବା ବଦଳରେ ନିମ୍ନଗାମୀ ହେଉଛି, ଏପରିକି ବିରୋଧି ଆସନରୁ ମଧ୍ୟ ଅପସରି ଯାଇଛି କଂଗ୍ରେସ । କିନ୍ତୁ ଇତିଶ୍ରୀ, ବେବୀନା, ମାଧବୀଲତା, ପରୀ ଓ ଏବେ ମମିତା ଭଳି ଅନେକ ଅଞ୍ଜନାଙ୍କ ଧର୍ଷଣ ଓ ହତ୍ୟା ହେଇଥିଲେ ମଧ୍ୟ ଏହି ଅହଂକାରୀ ବିଜେଡି ସରକାର କର୍ଣ୍ଣପାତ କରୁ ନାହିଁ । ମାଆକୁ ସମ୍ମାନ କହୁଥିବା ବିଜେଡି ସରକାରର କର୍ପଟଦାରମାନେ ନାରୀ ଧର୍ଷଣରେ ସଂଶ୍ଳିଷ୍ଟ । ଏହି ଅହଂକାରୀ ସରକାର ପତ୍ତନ ନିଶ୍ଚିତ ବୋଲି କଲମପୁର ଠାରେ ମମିତା ମେହେର ହତ୍ୟା ଘଟଣାର ନ୍ୟାୟ ଦାବୀ ନେଇ ଆୟୋଜିତ ପଥପ୍ରାନ୍ତ ସଭାରେ ବିଜେପିର ବରିଷ୍ଟ ନେତା ମାନେ ମତ ପ୍ରକାଶ କରିଛନ୍ତି।

ବହୁ ଚର୍ଚ୍ଚିତ ମହାଲିଙ୍ଗ ସନ୍ ସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାର ୪୬ ଦିନ ବିତି ଯାଇଛି । କିନ୍ତୁ ଥମୁନାହିଁ ଆନ୍ଦୋଳନ। ପଲ୍ଲୀରୁ ଦିଲ୍ଲୀ ସବୁଠି ମମିତା ମହେର ହତ୍ୟା ଘଟଣାର ଚର୍ଚ୍ଚା । ବିରୋଧି ବିଜେପି ମମିତା ମେହେର ହତ୍ୟା ଘଟଣାର ନ୍ୟାୟ ପାଇଁ ଏବେ ପଞ୍ଚାୟତ ମୁହାଁ । ପ୍ରତ୍ୟେକ ପଞ୍ଚାୟତକୁ ଯାଇ ମମିତା ମେହେର ହତ୍ୟା ଘଟଣା ସମ୍ବନ୍ଧରେ ଲୋକଙ୍କୁ ଜଣାଇବା ସହ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ସହ ଏହି ଘଟଣାର ସିବିଆଇ ଦ୍ୱାରା ନିରପେକ୍ଷ ତଦନ୍ତ ପାଇଁ ବିଜେପି ଦାବୀ କରିଛି ।

- Advertisement -

ଗୁରୁବାର କଲମପୁର ମୁଖ୍ୟ ବଜାର ଠାରେ କଲମପୁର ମଣ୍ଡଳ ସଭାପତି କମଳ ବାଗଙ୍କ ନେତୃତ୍ୱରେ ପଥପ୍ରାନ୍ତ ପ୍ରତିବାଦ ସଭା ଆୟୋଜିତ ହେଇଥିଲା। ଏଥିରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ତଥା କଲମପୁର ଜିଲା ପରିଷଦ ଜୋନ ୧ର ସଭ୍ୟ ବିଜୟ ଦେବ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ସୁଧିର ରଞ୍ଜନ ପାଟ୍ଟଯୋଷୀ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାଗ, ଧର୍ମଗଡ ନଗର ସଭାପତି ହରେକୃଷ୍ଣ ପଣ୍ଡା, କଲମପୁର ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ଶୁସାନ୍ତ କୁମାର ରାଉତ, ବରିଷ୍ଠ ନେତା ଘନଶ୍ୟାମ ନାଏକ, ଯଦୁ ବଗର୍ତି, ହିତେଶ ପାତ୍ର, ହରେକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏ ପ୍ରତିବାଦ ଅବସରରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୂତଳିକା ଦାହ କରାଯାଇଥିଲା । ସେହିଭଳି ପଣ୍ଡିଗାଁ, ହାରାମାଲ ଓ ବନ୍ଧକନା ପଂ·ୟତ ଠାରେ ମଧ୍ୟ ଅନୁରୁପ ଭାବେ ମମିତା ମେହେରର ନ୍ୟାୟ ଭିକ୍ଷା କରିବା ସହ ପ୍ରତିବାଦ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁଧିର କୁମାର ରାଉତ ସଂଯୋଜନା କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories