www.samajalive.in
Sunday, December 7, 2025
26.1 C
Bhubaneswar

କୃଷି କାର୍ୟ୍ୟାଳୟ ଏବଂ ପ୍ରାଣୀ ଚିକିତ୍ସାଳୟରେ ତାଲା

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋଠାରେ ଥିବା କୃଷି କାର୍ୟ୍ୟାଳୟ ଏବଂ ପ୍ରାଣୀ ଚିକିତ୍ସାଳୟରେ କର୍ମଚାରୀ ନଥିବା ଯୋଗୁଁ କାର୍ୟ୍ୟାଳୟ ଦୁଇଟି ବଣ ଜଙ୍ଗଲରେ ପରିପୂର୍ଣ୍ଣ ହୋଇ ଭୂତ କୋଠିରେ ପରିଣତ ହୋଇଥିବାର ଦେଖିବାକୁ ମିଳିଛି ।କୃଷିବିଭାଗ ତରଫରୁ ଏକ ଗୃହ ସେଠାରେ ନିର୍ମାଣ ହେବା ପରେ ଜଣେ ଭି ଏଲ ଡବ୍ଲ୍ୟୁ ରହି କାର୍ୟ୍ୟ କରୁଥିଲେ । କିଛିଦିନ ପରେ ସେଠାରେ ବେଗୁନିଆ ପ୍ରାଣୀ ଚିକିତ୍ସାଳୟ ତରଫରୁ ଜଣେ ଏଲ ଆଇ ରହି ପ୍ରାଣୀ ଚିକିତ୍ସା କରିଥିଲେ । ଇତିମଧ୍ୟରେ ସେଠାରୁ ଏଲ ଆଇ ସେଣ୍ଟର ଉଠିଯାଇ ବାଳିକା ଉଚ୍ଚ ବିଦ୍ୟାଳୟ ଆଗରେ ଏକ ଭଡା ଘରେ ଚାଲିଥିଲା ।ପରେ ଏଲ ଆଇ ସେଣ୍ଟର କୁ ଅପ ଗ୍ରେଡେସନ କରି ତାହାକୁ ଡିସପେନସରିରେ ପରିଣତ କରାଯାଇଥିଲା ।୨୦୧୬ ମସିହାରେ ଏହା ମଞ୍ଜୁରୀ ପ୍ରାପ୍ତ ହୋଇଥିବାବେଳେ ଏଠାରେ ଯେଉଁ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା, ସେ ଆସୁନାହାନ୍ତି ବୋଲି ଅଭିଯୋଗ ହୋଇଛି।
ଫଳରେ କୃଷି କାର୍ୟ୍ୟାଳୟ ସହିତ ପ୍ରାଣୀ ଚିକିତ୍ସାଳୟରେ କର୍ମଚାରୀ ନଥିବା ଯୋଗୁଁ ଦୀର୍ଘ ୫ ବର୍ଷ ହେବ ଉକ୍ତ କାର୍ୟ୍ୟାଳୟ ଦୁଇଟିରେ ତାଲା ପଡି ରହିଛି । ତାଲା ପଡି ରହିବା ଯୋଗୁଁ ଘର ଦୁଇଟିରେ ଉଇ ହୁଙ୍କା ଚଢି ଯିବା ସହିତ ବଣ ଜଙ୍ଗଲରେ ଭର୍ତ୍ତି ହୋଇଗଲାଣି ।ଲୋକମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।ନଚେତ ଏହି ଘଟଣାକୁ ନେଇ ଆଗାମୀ ଦିନରେ ଲୋକମାନେ ଆଇନ କୁ ହାତକୁ ନେବା ପାଇଁ ବାଧ୍ୟ ହେବେ ବୋଲି ଜଣାଇଛନ୍ତି ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories