www.samajalive.in
Tuesday, December 9, 2025
16.1 C
Bhubaneswar

ହସ୍ତତନ୍ତ ବୁଣାକାରଙ୍କର ଚକ୍ଷୁ ପରୀକ୍ଷା ଏବଂ ଚଷମା ବଣ୍ଟନ ଶିବିର 

ବେଗୁନିଆ :  ଖୋର୍ଦ୍ଧା ବୟନମଣ୍ଡଳ ଅନ୍ତର୍ଗତ ରାଉତପଡା ତନ୍ତୁବାୟସହଯୋଗ ସମିତି ଆନୁକୂଲ୍ୟରେ ହସ୍ତତନ୍ତ କ୍ଷେତ୍ରରେ କାର୍ୟ୍ୟରତ ବୁଣାକାର ଓ ଆନୁଷଙ୍ଗିକ କର୍ମୀ ମାନଙ୍କୁ ସର୍ବଭାରତୀୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ (ସୁନେତ୍ର) ଏକ ଚକ୍ଷୁ ପରୀକ୍ଷା ଶିବିର ଏବଂ ଚଷମା ବିତରଣ କରଯାଇଥିଲା ।ଉକ୍ତ ଶିବିରରେ ୧୮୧ ଜଣ ହିତାଧିକାରୀଙ୍କୁ ସୁନେତ୍ର ଯୋଜନାରେ ବେଗୁନିଆ ବ୍ଲକ ଅନ୍ତର୍ଗତ ରାଉତପଡା ,ଦଖିଣେଶ୍ୱର,ଲେହଙ୍ଗ ,ଡାଳତୋଳା ,ଡିଙ୍ଗର ଓ ବାଲିପାଟଣା ପ୍ରଭୃତି ଗ୍ରାମର ବୁଣାକାର ମାନଙ୍କୁ ଆଖି ପରୀକ୍ଷା କରି ଚଷମା ବଣ୍ଟନ କରାଯାଇଥିଲା ।ଉକ୍ତ ଶିବିରକୁ ସହକାରୀ ବୟନଶିଳ୍ପ ନିର୍ଦେଶକ ଖୋର୍ଦ୍ଧା ଉଦଘାଟନ କରି ସରକାରଙ୍କର ପ୍ରଚଳିତ ବିଭିନ୍ନ ବୁଣାକାର ଉନ୍ନୟନ ମୂଳକ ଯୋଜନା ଉପରେ ଆଲୋକପାତ କରିଥିଲେ ।ରାଜ୍ୟ ହସ୍ତତନ୍ତ ଶିଳ୍ପ ବିକାଶ ସଂସ୍ଥାର ଅଧିକାରୀ ସୁଧାକର ବାରିକ ,ସହକାରୀ ବୟନ ଶିଳ୍ପ ନିର୍ଦେଶକ ଖୋର୍ଧାଙ୍କ କାର୍ୟ୍ୟାଳୟର କର୍ମଚାରୀ ଏବଂ ରାଉତପଡା ତନ୍ତୁବାୟସହଯୋଗ ସମିତି ଲିଃ ର କର୍ମଚାରୀ ମାନେ ଏହି ଶିବିରରେ ସହଯୋଗ କରିଥିଲେ ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories