ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସିରିଶି ପଂଚାୟତ ସଦର ମହକୁମା ଠାରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗତକାଲି ସକାଳ ଠାରୁ ଏହା ଶୁଭାରମ୍ଭ ହୋଇଥିଲା। ଗ୍ରାମର ଶତାଧିକ ମହିଳା ପୋଖରୀରୁ କଳସିରେ ପାଣି ଆଣି ଗ୍ରାମ ପରିକ୍ରମା କରିବା ସହ ଶୁଭାରମ୍ଭ କରିଥିଲେ। ଏହି ନାମଯଜ୍ଞ ଓ ଅଷ୍ଟ ପ୍ରହରୀ ପାଇଁ ବିଭିନ୍ନ ଅଂଚଳରୁ ୬ ଗୋଟି କୀର୍ତନ ଦଳ ଯୋଗ ଦେଇଥିଲେ। ପଂଚାୟତର ଆଖପାଖ ଅଂଚଳରୁ ଶତାଧିକ ଲୋକ ଉଜାଗର ରହି ଅଷ୍ଟପ୍ରହରୀ ଦେଖିବାକୁ ଆସିଥିଲେ। ଏହି ଅବସରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଆଜି ଉଦଯାପନୀ ଅବସରରେ ଠାକୁରଙ୍କୁ ନଗର ପରିକ୍ରମା କରଯାଇଥିଲା ଏବଂ ଗ୍ରାମର ସମସ୍ତଙ୍କ ପାଇଁ କମିଟି ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଥିଲା।
Popular Categories



