www.samajalive.in
Tuesday, December 9, 2025
16.1 C
Bhubaneswar

ବାଇକ୍‍ ସହ ୧୩୦ଲିଟର ମଦ ଜବତ, ୫ ଗିରଫ

ଆଠଗଡ: ଆଠଗଡ ଅବକାରୀ ବିଭାଗ ପକ୍ଷରୁ ଖୁଣ୍ଟୁଣୀ ଓ ଗୁରୁଡିଝାଟିଆ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଧବାର ଚଢାଉ କରାଯାଇ ଏକ ବାଇକ, ୧୩୦ଲିଟର ମଦ ସହିତ ୫ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ୧୫ଲିଟର ମଦ ସହିତ ଲକ୍ଷ୍ମୀଧର ସାହୁଙ୍କୁ ଓସ୍ତପୁରର ପର୍ଶୁରାମ ସାହୁଙ୍କ ଠାରୁ ୧୫ଲିଟର ମଦ, ଦମ୍ପତିପୁରର ସୁଦାମ ଜଟଙ୍କଠାରୁ ୨୦ଲିଟର ମଦ ଜବତ କରାଯିବା ସହ ଉପରୋକ୍ତ ୩ଜଣଙ୍କୁ ଗିରଫ କରାଯାଇଥିଲା। ପରେ ପରେ ଖୁଣ୍ଟୁଣୀ ଥାନା ଛକରେ ଏକ ଟିଭିଏସ ଆପାଚି ବାଇକରେ ୮୦ଲିଟର ଚୋରା ଦେଶୀମଦ ଚାଲାଣ କରୁଥିବା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଛେନାଖିଆନୂଆଗାଁର ସୁଧୀର କୁମାର ସାହୁ, ଦିପ୍ତୀକର ମହାରଣାଙ୍କୁ ଗିରଫ କରାଯାଇଛି। ସମସ୍ତ ୫ଜଣ ଅଭିଯୁକ୍ତଙ୍କୁ ଆସନ୍ତା କାଲି ଅଦାଲତରେ ହାଜର କରାଯିବ ବୋଲି ଅବକାରୀ ବିଭାଗ ସୁତ୍ରରୁ ପ୍ରକାଶ। ଆଠଗଡ ସହକାରୀ ଅବକାରୀ ନିରୀକ୍ଷକ ବିଜୟ କୁମାର ଭଞ୍ଜ, ନରସିଂହପୁର ଅବକାରୀ ଭାରପ୍ରାପ୍ତ ଅଧିକାରୀ ଦେବାନନ୍ଦ ଭୂୟାଁ ଓ ଉପସହକାରୀ ନିରୀକ୍ଷକ ପଙ୍କଜ କଅଁରଙ୍କ ସମେତ ଅନ୍ୟ ଅବକାରୀ କର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିଲେ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories