www.samajalive.in
Sunday, December 7, 2025
26.1 C
Bhubaneswar

ଭାରତ ଆସୁଥିବା ୯୯ ରାଷ୍ଟ୍ରର ନାଗରିକ ଆଉ ସଂଗରୋଧରେ ରହିବେ ନାହିଁ

ନୂଆଦିଲ୍ଲୀ: ଭାରତ ସରକାର କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଭାରତ ଆସୁଥିବା ବିଦେଶୀ ନାଗରିକଙ୍କ କ୍ଷେତ୍ରରେ ଜାରି କରିଥିବା କଟକଣାକୁ କୋହଳ କରିଛନ୍ତି । ତଦନୁଯାୟୀ ୯୯ଟି ରାଷ୍ଟ୍ରରୁ ଭାରତକୁ ଆସୁଥିବା ବିଦେଶୀ ନାଗରିକଙ୍କୁ ଆଉ ଭାରତ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସଂଗରୋଧରେ ରହିବାକୁ ପଡିବ ନାହିଁ । ତେବେ ଭାରତ ପାଇଁ ଯେଉଁସବୁ ରାଷ୍ଟ୍ରର ନାଗରିକ ଏବେ ମଧ୍ୟ ଆପଦପୂର୍ଣ୍ଣ ମନେ ହେଉଛନ୍ତି, ସେହି ରାଷ୍ଟ୍ରଗୁଡିକ ମଧ୍ୟରେ ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋତସ୍ୱାନା, ଚୀନ, ମରିସସ, ନ୍ୟୁଜିଲାଣ୍ଡ, ଜିମ୍ବାୱେ ଏବଂ ସିଙ୍ଗାପୁର ରହିଛି । ଏହିସବୁ ରାଷ୍ଟ୍ରରେ କୋଭିଡ ସଂକ୍ରମଣ ସ୍ତର ଅଧିକ ରହୁଥିବାରୁ ଏହି ରାଷ୍ଟ୍ରଗୁଡିକରୁ ଭାରତକୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ ନିୟମ ବଳବତ୍ତର ରହିବ ।
କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ଜାରି କରିଥିବା କଟକଣାକୁ ପ୍ରାୟ ୨୦ ମାସ ପରେ କୋହଳ କରିବା ସହିତ ୯୯ଟି ରାଷ୍ଟ୍ରର ନାଗରିକଙ୍କୁ କେବଳ ଟିକାକରଣ ପ୍ରମାଣପତ୍ର ଆଧାରରେ ଭାରତରେ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରିବାକୁ ରାଜି ହୋଇଛନ୍ତି । ଏହି ରାଷ୍ଟ୍ରଗୁଡିକରୁ ଆସୁଥିବା ନାଗରିକମାନେ ଏୟାର ସୁବିଧା ପୋର୍ଟାଲରେ ଏକ ଆତ୍ମ ଘୋଷଣାନାମା ଦାଖଲ କରିବେ ଏବଂ ତାହାସହିତ ସେମାନେ ଆରଟିପିସିଆର ପରୀକ୍ଷାରେ ସେମାନେ କୋଭିଡ ସଂକ୍ରମିତ ନଥିବା ରିପୋର୍ଟ ମଧ୍ୟ ଦାଖଲ କରିବେ । ସେମାନେ ଭାରତ ଯାତ୍ରା କରିବାର ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର ପରୀକ୍ଷା କରିବାକୁ ସଂଶୋଧିତ ନିୟମାବଳୀରେ ବାଧ୍ୟତାମୂଳକ କରାଯାଇଛି । ଯଦି ଉକ୍ତ ରିପୋର୍ଟ ଭୁଲ ପ୍ରମାଣିତ ହୁଏ ତେବେ ତାଙ୍କ ବିରୁଦ୍ଧରେ ଅପରାଧିକ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁସବୁ ରାଷ୍ଟ୍ରର ନାଗରିକଙ୍କ ପାଇଁ ଭାରତରେ ସଂଗରୋଧ ବ୍ୟବସ୍ଥାକୁ କୋହଳ କରାଯାଇଛି ସେଥିମଧ୍ୟରେ ଆଲବାନିଆ, ଆଣ୍ଟିଗୁଆ ଓ ବାରବୁଡା, ଆର୍ଜେଣ୍ଟିନା, ଆର୍ମେନିଆ, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ଆଜରବାଇଜାନ, ବାହାରିନ, ବାଂଲାଦେଶ, ବେଲାରୁଷ, ବେଲଜିୟମ, ବ୍ରାଜିଲ, ବୁଲଗାରିଆ, କାନାଡା, ଡୋମିନିକା, କୋଷ୍ଟାରିକା, ଫ୍ରାନ୍ସ, ଜର୍ମାନୀ, ଜର୍ଜିଆ, ଇରାନ, ମାଲଡିଭସ, ରୁଷ, ଓମାନ, କାତାର, ୟୁଏଇ, ଆମେରିକା ଆଦି ୯୯ଟି ରାଷ୍ଟ୍ର ଅନ୍ତର୍ଭୁକ୍ତ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories