www.samajalive.in
Sunday, December 7, 2025
14.1 C
Bhubaneswar

ବାୟୁ ପ୍ରଦୂଷଣ ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟଙ୍କ ଦିଲ୍ଲୀ ସରକାରଙ୍କୁ କଡା ଭର୍ତ୍ସନା

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧିକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଇ ହୋଇଛି। ୨୪ ଘଣ୍ଟାରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର, ଦିଲ୍ଲୀ, ପଞ୍ଜାବ, ହରିୟାଣା ସରକାରଙ୍କୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି।
ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି , ଆବଶ୍ୟକ ହେଲେ ଦୁଇ ଦିନିଆ ତାଲାବନ୍ଦ ଘୋଷଣା କରନ୍ତୁ। ଟ୍ରାନ୍ସପୋର୍ଟ,କାରଖାନା ପ୍ରଦୂଷଣର ମୁଖ୍ୟ କାରଣ ।
ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିବାବେଳେ କୋର୍ଟରେ କହିଛନ୍ତି, ବାୟୁ ପ୍ରଦୂଷଣ ରୋକିବାକୁ ସମ୍ପୂର୍ଣ୍ଣ ତାଲାବନ୍ଦ ପାଇଁ ଦିଲ୍ଲୀ ପ୍ରସ୍ତୁତ ।
ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା କେଉଁ ଶିଳ୍ପ ବନ୍ଦ ହୋଇପାରିବ, କେଉଁ ଯାନବାହନ ବନ୍ଦ ହୋଇପାରିବ ଏବଂ କେଉଁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇପାରିବ ଏବଂ ସେପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଇବା ପାଇଁ ଅନ୍ୟ ବିକଳ୍ପ କ’ଣ ହୋଇପାରିବ ନିଷ୍ପତ୍ତି ନେବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଉତ୍ତର ଦେବାକୁ କହିଛନ୍ତି।

ପ୍ରଦୂଷଣ ବୃଦ୍ଧି ହେତୁ ସୋମବାର ଠାରୁ ଦିଲ୍ଲୀର ବିଦ୍ୟାଳୟଗୁଡ଼ିକ ଏକ ସପ୍ତାହ ପର୍ୟ୍ୟନ୍ତ ବନ୍ଦ ରହିବ।  ଏକ ସପ୍ତାହ ପାଇଁ କେନ୍ଦ୍ର,ଦିଲ୍ଲୀ,ପଡୋଶୀ ରାଜ୍ୟକୁ ୱାର୍କ ଫ୍ରମ୍‍ ହୋମ୍‍ ପାଇଁ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories