www.samajalive.in
Sunday, December 7, 2025
13.1 C
Bhubaneswar

ଜିଲ୍ଲାପାଳଙ୍କ ପକ୍ଷରୁ ରଙ୍ଗେଇଲୁଣ୍ଡା ବ୍ଲକର ସ୍ମାର୍ଟ ବିଦ୍ୟାଳୟ ପରିଦର୍ଶନ ଓ ସମୀକ୍ଷା

ଗୋପାଳପୁର : ସାରା ରାଜ୍ୟରେ ବିଭିନ୍ନ ହାଇସ୍କୁଲ ମାନଙ୍କୁ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରାଯାଉଥିବା ବେଳେ ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହାର ଉଦଘାଟନ କାର୍ୟକ୍ରମ ସ୍ଥିର କରାଯାଇଛି। ଏହି କ୍ରମରେ
ରଙ୍ଗେଇଲୁଣ୍ଡା ବ୍ଲକ ଅଧିନରେ ରହିଥିବା ବିଦ୍ୟାଳୟ ମଧ୍ୟରୁ ୯ଗୋଟି ବିଦ଼ୟାଳୟକୁ ପରିବର୍ତ୍ତନଶିଳ କରାଯାଇ ସ୍ମାର୍ଟ ବିଦ୍ୟାଳୟ ଭାବେ ରୂପାନ୍ତରିତ କରାଯାଉଛି। ଏହି ରୂପାନ୍ତରିତ ବିଦ୍ୟାଳୟ ପରିଦର୍ଶନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ସମେତ ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍ ପ୍ରମୁଖ ପହଞ୍ଚି ବିଦ୍ୟାଳୟ ଗୁଡିକର କାର୍ୟ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ କନିଷି ଠାରେ ଥିବା ବାଲାଜୀ ବିଦ୍ୟାପୀଠ, ପଞ୍ଚମା ଅପଗ୍ରେଡେଡ ହାଇସ୍କୁଲ,ଗୋଳନ୍ଥରା ବିଶ୍ଵନାଥ ଟେକ୍ନିକାଲ ହାଇସ୍କୁଲ, ଶାସନପଦର ହାଇସ୍କୁଲ, କେଲୁଆ ପଲ୍ଲୀ ହାଇସ୍କୁଲ, ଡୁରା ହାଇସ୍କୁଲ, ଗୋପାଳପୁର ପିଏମ ହାଇସ୍କୁଲ ,କରାପଲ୍ଲୀ ଓଡିଶା ଆଦର୍ଶ ବିଦ୍ୟାଳୟ, ବଡ଼ କୁଶସ୍ଥଳି ହାଇସ୍କୁଲ ପରିଦର୍ଶନ କରିବା ସହ ସେଠାରେ କାର୍ୟ୍ୟ ଚାଲିଥିବା ଇ-ଲାଇବ୍ରେରୀ, ଲେବ୍ରୋଟରୀ, ଶୌଚାଳୟ, ପାନୀୟ ଜଳର ବ୍ୟବସ୍ଥା, ଖେଳପଡ଼ିଆ, ସ୍କୁଲ ସୋନ୍ଦର୍ୟ୍ୟକରଣ କାର୍ୟ୍ୟର ସମିକ୍ଷା କରିବା ଅସମ୍ପୂର୍ଣ୍ଣ କାମକୁ ୧୬ ତାରିଖ ପୂର୍ବରୁ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହାସହ କେତେକ ବିଦ୍ୟାଳୟର ସ୍ମାର୍ଟକ୍ଲାସ କାମ ସଂପୂର୍ଣ୍ଣ ହୋଇଥିବା ବେଳେ କେତେକ ସ୍କୁଲରେ କାମ ବାକି ରହିଥିବାରୁ ତୁରନ୍ତ ଏହି କାମକୁ ସଂପୂର୍ଣ୍ଣ କରିବା ପାଇଁ ତାଗିଦ କରିଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବ୍ଲକ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ବ୍ଲକଗୋଷ୍ଠୀ ଶିକ୍ଷାଅଧିକାରୀ ଡ଼ ପ୍ରଭାତୀ ମହାପାତ୍ର, ସହକାରୀଯନ୍ତ୍ରୀ ପଞ୍ଚାନନ ପାତ୍ର, ସମେତ ସ୍ଥାନୀୟ ସରପଞ୍ଚ ଏବଂଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଗୋଳନ୍ଥରା ବିଶ୍ଵନାଥ ହାଇସ୍କୁଲରେ ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପୂର୍ବତନ ଜିଲ୍ଲାପରିଷଦ ଏନ୍. ଡମ୍ଭୂରୁ ରେଡ୍ଡୀ ପହଞ୍ଚି ଜିଲ୍ଲାପାଳଙ୍କ ଠାରେ ବିଦ୍ୟାଳୟ ନାମରେ ଥିବା ଜମିକୁ ବିଦ୍ୟାଳୟ ନାମରେ କରିବା ସହ ଜବରଦଖଲ ଜମିକୁ ବିଦ୍ୟାଳୟ ରେକର୍ଡ କୁ ଫେରାଇ ଆଣିବାକୁ ନିବେଦନ କରିଥିଲେ। ଶ୍ରୀ ରେଡ୍ଡୀ ଙ୍କ ଦାବି ମୁତାବକ ୧୯୪୮ ମସିହାରେ ଗୋଳନ୍ଥରାରେ ବିଶ୍ଵନାଥ ଉଚ୍ଚ ବିଦ୍ୟାଳୟ ନିର୍ମାଣ ଓ ପ୍ରତିଷ୍ଠା ହୋଇଥିଲା । ସେହି ସମୟରେ ବିଦ୍ୟାଳୟର ୧୬ ଏକର ଜମି ରହିଥିଲା । ମାତ୍ର ୧୯୭୬ ମସିହାରେ ବୃହତ ବନ୍ଦୋବସ୍ତ ସମୟରେ ତାହା ୧୨ ଏକର ହୋଇଗଲା ।  ଏହାସହ ବିଦ୍ୟାଳୟର ପଶ୍ଚିମ ପାର୍ଶ୍ଵରେ ଥିବା ପଥରବଣିରେ ଏକ ନୂତନ ଖେଳପଡିଆ ନିର୍ମାଣ ପାଇଁ ଦାବି ଉପସ୍ଥାପନା କରିଛନ୍ତି । ଦାବି ଉପସ୍ଥାପନା ସମୟରେ ସ୍ଥାନୀୟ ସରପଞ୍ଚ ସସ୍ମିତା ଜେନା, ଆର. ଲୋକେଶ ରେଡି ସମେତ ବହୁ ମାନ୍ୟଗଣ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories