www.samajalive.in
Sunday, December 7, 2025
26.1 C
Bhubaneswar

ଡ଼ାକ୍ତରଖାନାରେ ଡାକ୍ତର ନଥିବାରୁ ଶିଶୁ ମୃତ୍ୟୁ ଅଭିଯୋଗ

ରେଙ୍ଗାଲିକେମ୍ପ : ଡ଼ାକ୍ତରଖାନାରେ ଡାକ୍ତର ନଥିବାରୁ ଜଣେ ନିରୀହ ଶିଶୁ ଜୀବନ ଚାଲିଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏଭଳି ଏକ  ଅଭାବନୀୟ ଘଟଣା ଘଟିଯାଇଛି ଅତାବିରା ଏନ୍ ଏ ସି ଅନ୍ତର୍ଗତ ରେଙ୍ଗାଲିପାଳି ରୁଗୁଡ଼ିପପଡ଼ାରେ। ଏହି ପଡ଼ାର ଅକ୍ଷୟ ସୁନାଙ୍କ ପାଞ୍ଚ ବର୍ଷର ପୁଅ ଆକାଶ ସୁନାର ଗତ ବିଳମ୍ୱିତ ରାତ୍ରୀରେ ହଠାତ୍ ପରିସ୍ରା ହୋଇ ଶରୀରରେ ଉତ୍ତାପ ବଢ଼ିଯାଇ ଅସୁସ୍ଥ ହୋଇପଡ଼ିଥିଲା ଏହା ଦେଖି ସେମାନେ ସାଙ୍ଗେ ସାଙ୍ଗେ ତାକୁ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣିଥିଲେ।  ମାତ୍ର ସେଠାରେ ସେହି ସମୟରେ ଡାକ୍ତର ନଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସେମାନଙ୍କ କହିବା ଅନୁଯାୟୀ ବିକଳ ହୋଇ ଅଧ ଘଣ୍ଟାରୁ ଅଧିକ ଧରି କବାଟ ବାଡେଇଥିଲେ ମଧ୍ୟ କେହି କବାଟ ଖୋଲି ନଥିଲେ।  ରାତ୍ରିଜଗୁଆଳିର ମଧ୍ୟ ନଥିଲେ। ତେଣୁ ପୁଅର ଜୀବନ ବଞ୍ଚାଇବା ପାଇଁ ବାଧ୍ୟ ହୋଇ ଅତାବିରାର ଅନ୍ୟ ବେସରକାରୀ ଡାକ୍ତରଙ୍କ ପାଖକୁ ଯାଇଥିଲେ । ସେମାନେ ମଧ୍ୟ କବାଟ ଖୋଲି ନଥିଲେ। ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ ଇତି ମଧ୍ୟରେ ଗୋଟିଏ ଅଟୋ ଆସୁଥିବା ଦେଖି ତାକୁ ଅଟକାଇ ସେଥିରେ ବୁର୍ଲା ନେଉଥିଲେ।
ମାତ୍ର ବାଟରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ନିୟମ ଅନୁସାରେ ଜରୁରୀ କାଳୀନ ପରିସ୍ଥିତି ପାଇଁ ଜଣେ ଡାକ୍ତର ନିଜର ଚେମ୍ବରରେ ରହିବା ତଥା ରାତ୍ରି ଜଗୁଆଳି ମଧ୍ୟ ରହିବା କଥା। ଜରୁରୀ ପରିସ୍ଥିତିରେ କୌଣସି ରୋଗୀ ଆସିଲେ ଜଗୁଆଳି ଡାକ୍ତରଙ୍କୁ ସୂଚନା ଦେବା ଓ ଡାକ୍ତର ରୋଗୀ ଦେଖିବାର ନିୟମ ରହିଛି ।
ମୃତ ଶିଶୁ ଆକାଶଙ୍କ ବାପା ଜଣେ ଗରିବ ଲୋକ। ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଗରିବ ଲୋକଙ୍କ ପାଇଁ ସରକାରୀ ଚିକିତ୍ସାଳୟ ଗୁଡ଼ିକ ଖୋଲାଯାଇଥିବା ବେଳେ ଡ଼ାକ୍ତର ଅନୁପସ୍ଥିତ ଥିବା ଯୋଗୁ ଜୀବନ ଚାଲିଯିବା ବଡ ଦୁର୍ଭାଗ୍ୟର କଥା।
ଏବେ ଠାରୁ  ରାତ୍ରି ଜଗୁଆଳି ମାନଙ୍କ ଯୋଗାଯୋଗ ନମ୍ୱର୍ ତାଲିକା ଲଗାଯିବ ଓ ରୋଗୀ ଆସିଲେ ସେହି ନମ୍ବର୍ ରେ ଫୋନ କରି ଜଣାଇବା ବ୍ୟବସ୍ଥା କରାଯିବ ବୋଲି ଇଞ୍ଚାର୍ଜ୍ କହିଛନ୍ତି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories