ଆସିଲା ରୟାଲ ଏନଫିଲ୍ଡ ହିମାଲୟନ

0

ନୂଆଦିଲ୍ଲୀ : ଲୋକପ୍ରିୟ ଓ ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ରୟାଲ ଏନଫିଲ୍ଡ ପକ୍ଷରୁ ନୂଆ ମଡେଲ ରୟାଲ ଏନଫିଲ୍ଡ ହିମାଲୟନର ଭାରତୀୟ ବାଜର ପ୍ରବେଶ କରାଯାଇଛି। ଦିଲ୍ଲୀର ଏକ୍ସ ଶୋରୁମ ଅନୁସାରେ ଏହି ବାଇକର ମୂଲ୍ୟ ୧.୭୮ ଲକ୍ଷ ଟଙ୍କା ରହିଛି। ରୟାଲ ଏନଫିଲ୍ଡ କମ୍ପାନୀର ଏହା ଦ୍ୱିତୀୟ ବାଇକ ଯେଉଁଥିରେ ଆଣ୍ଟି ଲକ୍‍ ବ୍ରେକିଂ(ଏବିଏସ୍‍) ବ୍ୟବସ୍ଥା ରହିଛି। ଏବିଏସ୍‍ ବ୍ୟବସ୍ଥା ଥିବା ବାଇକ ଓ ସାଧାରଣ ବାଇକ ତୁଳନାରେ ଏହି ବାଇକର ମୂଲ୍ୟ ୧୧ହଜାର ଟଙ୍କା ଅଧିକ ରହିଛି। ଏହି ବାଇକରେ ୪୧୧ସିସି ଇଞ୍ଜିନ, ୫ସ୍ପିଡ ଗିୟର ବକ୍ସ ଆଦି ସୁବିଧା ଉପଲବ୍ଧ ହେଉଛି। ନିକଟରେ ରୟାଲ ଏନଫିଲ୍ଡର କ୍ଲାସିକ-୩୫୦ ବଜାର ପ୍ରବେଶ କରାଯାଇଥିଲା। ବାଇକର ଆକର୍ଷଣୀୟ ରୂପ ଓ ନୂତନ ସୁବିଧା ରହିଥିବାରୁ ଏହାକୁ ଗ୍ରାହକମାନେ ଅଧିକ ସଂଖ୍ୟାରେ ଗ୍ରହଣ କରିବେ ବୋଲି କମ୍ପାନୀ ଆଶା ରଖିଛି।

Leave A Reply