www.samajalive.in
Sunday, December 7, 2025
26.1 C
Bhubaneswar

ଧାମରାରେ ବିଜେପି ପକ୍ଷରୁ ୬ଘଣ୍ଟିଆ ଶାନ୍ତିପୂର୍ଣ ବନ୍ଦ ପାଳନ

ଧାମରା : ବିଜେପି ଡାକରାରେ ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଭଦ୍ରକ ଜିଲ୍ଲା ବନ୍ଦକୁ ସଫଳ କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ ଏବଂ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ମିଳିବା ପ୍ରତିବାଦରେ ଧାମରା ଠାରେ ମା ଧାମରାଇ ମଣ୍ଡଳ ତରଫରୁ ଦିଆଯାଇଥିବା ବନ୍ଦ ଶାନ୍ତିପୂର୍ଣ ଭାବେ ପାଳିତ ହୋଇଯାଇଛି। ଆଜି ସକାଳ ୬ଟା ଠାରୁ ଏହି ବନ୍ଦର ପ୍ରଭାବ ପଡିଥିବା ବେଳେ ଧାମରା ଠାରୁ ଏକ ମୋଟରସାଇକେଲ ରାଲି ବାହାରି ଧାମରା ୮ପଂଚାୟତ ପରିକ୍ରମା କରିବା ପରେ ଧାମରା ବନ୍ଦର ନିକଟରେ ପହଂଚିଥିଲା। ଧାମରାଇ ମଣ୍ଡଳର ତ୍ରିଲୋଚନ ପ୍ରଧାନଙ୍କ ଆବହକତ୍ୱରେ ବାହାରିଥିବା ରାଲିରେ ପ୍ରମୋଦ ନାୟକ, ସରୋଜ ଲେଙ୍କା, ପ୍ରଦ୍ୱୀପ ରାଉତ, ବାପୁଜୀ ମାଝୀ, ନନ୍ଦ ବିଶ୍ୱାଳ, ରତିକାନ୍ତ ଜେନା,କାର୍ତିକ ଗୁଡିଆ,ସବ୍ୟଶାଚୀ ନାୟକ,ଶାନ୍ତନୁ ଜେନା, ସୁନାକର ଜେନା, ଅରୁଣ ଦାସ, କୈଳାସ ଦାଶ, ସୁବାଷ ଦାସ, ଚିନ୍ତାମଣୀ ବଳ, ରାଜେଶ ବେହେରା, ଅନନ୍ତ ଘଡେଇ, ପ୍ରିୟରଞ୍ଜନ ସେଠୀ, ବଟୁଆ ମହାଳିକଙ୍କ ସମେତ ଶତାଧିକ ବିଜେପି କର୍ମୀ ପ୍ରମୁଖ ସାମିଲଥିଲେ। ଏହି ବନ୍ଦର ପ୍ରଭାବରେ ଧାମରା ବନ୍ଦର(ଆଦାନୀ),ଧାମରା ମତ୍ସ୍ୟପୋତାଶ୍ରୟ,ଧାମରା ଠାରେ ଥିବା ଅତିରିକ୍ତ ତହସିଲଦାରଙ୍କ ଅଫିସ,ଧାମରା,କଇଥଖୋଲା,କରଣପଲ୍ଲୀ ଠାରେ ଥିବା ଆର ଆଇ ଅଫିସ,ଧାମରା,କଇଥଖୋଲା ଏବଂ ଦୋସିଙ୍ଗା ବଜାର ଠାରେ ଥିବା ସମସ୍ତ ରାଷ୍ଟ୍ରାୟତ ଏବଂ ବେସରକାରୀ ବ୍ୟାଙ୍କ ପ୍ରତିଷ୍ଠାନ ,ଧାମରା,କଇଥଖୋଲା,ଦୋସିଙ୍ଗା,ବାଂଶଡା ବଜାରର ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିବା ବେଳେ ସମସ୍ତ ପରିବହନ ବ୍ୟବସ୍ଥା ମଧ୍ୟ ଏହି ବନ୍ଦରେ ସାମିଲଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories