ଶିକ୍ଷା ଭୁଲିଗଲେ ପ୍ରଧାନଶିକ୍ଷକ, ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ

0

ନୀଳଗିରି: ବାଲେଶ୍ବର ଜିଲା ନୀଳଗିରି ନିଜଗଡ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ୩ ଜଣ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିବା ଅଭିଯୋଗ ହୋଇଛି । ଏନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ବିଦ୍ୟାଳୟ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଅଭିଭାବକମାନେ ଉକ୍ତ ପ୍ରଧାନଶିକ୍ଷକଙ୍କୁ ଘେରିବା ସହ ଗଣ୍ଡଗୋଳ କରିଛନ୍ତି । ଅଭିଯୋଗ ଅନୁଯାୟୀ ପ୍ରଧାନଶିକ୍ଷକ ଜଣଙ୍କ ଣ୍ରେଣୀଗୃହରେ ଛାତ୍ରୀଙ୍କୁ ମୋବାଇଲ​‌ରେ ଭିଡିଓ ଦେଖାଇ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଏନେଇ ଛାତ୍ରୀମାନେ ଘରେ ଜଣାଇବା ପରେ ଅଭିଭାବକମାନେ ଉକ୍ତ ପ୍ରଧାନଶିକ୍ଷକଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଭାବକମାନେ ପ୍ରଧାନଶିକ୍ଷକଙ୍କ ବହିଷ୍କାର ଦାବି କରିଛନ୍ତି ।

Leave A Reply