ସୁରକ୍ଷା କର୍ମୀଙ୍କ ଗୁଳିରେ ଲସ୍କର ଆତଙ୍କବାଦୀ ନିହତ

0

ଶ୍ରୀନଗର : ଜାମ୍ମୁ କାଶ୍ମୀର ଅନନ୍ତନାଗ ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଲସ୍କର  ଆତଙ୍କବାଦୀ ନିପାତ ହୋଇଛି। ସୂଚନା ଅନୁସାରେ ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ଏକ ପୁଲିସ୍‍ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ସୁରକ୍ଷା କର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀ ନିହତ ହାଇଛି। ଘଟଣା ପରେ ସେନା, ଜାମ୍ମୁ କାଶ୍ମୀର ପୁଲିସ୍‍, ସିଆରପିଏଫ ମିଳିତ ଭାବେ ରାତି ସାରା ଅନନ୍ତନାଗର ଆଚ୍ଛାବଲ ଅଞ୍ଚଳକୁ ଘେରାଉ କରି ତଲାସୀ କରିଥିଲେ। ମୃତ ଆତଙ୍କବାଦୀର ଘର କୁଳଗ୍ରାମ ଜିଲା ତତରିପୋରା ଅଞ୍ଚଳରେ ଓ ତାର ନାମ ଅବଦୁଲ ଅହମଦ ଭଟ୍ଟ ବୋଲି ଜଣାପଡିଛି। ଆତଙ୍କବାଦୀ ନିକଟରୁ ଏକେ-୪୭ ବନ୍ଧୁକ ସହ ଅନ୍ୟ କେତେକ ସମଗ୍ରୀ ଜବତ କରାଯାଇଛି। ପୁଲିସ୍‍ ସୂଚନା ଅନୁସାରେ ବିଲାଲ ତିନି ମାସ ତଳେ ଲସ୍କର ଏ ତୋଇବା ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲା। ଗତ ମାସରେ କାଶ୍ମୀରରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଏବଂ ଅସ୍ତ୍ରଶସ୍ତ୍ର ଲୁଟ୍‍ କାଣ୍ଡରେ ବିଲାଲ ସମ୍ପୃକ୍ତ ଥିଲା। ଆତଙ୍କବାଦୀ ସହ ଗୁଳି ବିନିମୟରେ ଜଣେ ପୁଲିସ୍‍ କର୍ମୀ ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ସେନା ମୁଖପାତ୍ର ସୂଚନା ଦେଇଛନ୍ତି।

Leave A Reply