ତୈଳ ଦର ଆକାଶଛୁଅାଁ, ଦିଲ୍ଲୀରେ ୮୦ ପାର କଲା ପେଟ୍ରୋଲ

0

ନୂଆଦିଲ୍ଲୀ : ଡଲାର ତୁଳନାରେ ଟଙ୍କାର ଦୁର୍ବଳ ମୂଲ୍ୟ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଭାରତୀୟ ତୈଳ ବଜାର ଉପରେ ପଡ଼ିଛି। ଫଳରେ ଗତ କିଛି ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଅାଁ ରହିଛି। ଏହି କ୍ରମରେ ଶନିବାର ଜାତୀୟ ରଜାଧାନୀ ଦିଲ୍ଲୀରେ ପ୍ରଥମ ଥର ପେଟ୍ରୋଲ ଦର ୩୯ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୮୦ ଟଙ୍କା ୩୮ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ୪୪ ପଇସା ବୃଦ୍ଧି ପାଇ ଲିଟର ପିଛା ୭୨ ଟଙ୍କା ୫୧ ପଇସା ରହିଛି। ଭାରତର ଆର୍ଥିକ ରାଜଧାନୀ ମୁମ୍ବଇରେ ପେଟ୍ରୋଲ ଦର ୩୮ ପଇସା ବୃଦ୍ଧି ପାଇ ଲିଟର ପିଛା ୮୭ ଟଙ୍କା ୭୭ ପଇସା ରହିଛି। ଡିଜେଲ ଦର ୪୭ ପଇସା ବୃଦ୍ଧି ପାଇ ଲିଟର ପିଛା ୭୬ ଟଙ୍କା ୯୮ ପଇସା ରହିଛି। କଲକାତାରେ ପେଟ୍ରୋଲ, ଡିଜେଲ ଦର ଯଥାକ୍ରମେ ୩୯ ଏବଂ ୪୧ ପଇସା ବୃଦ୍ଧି ପାଇ ଲିଟର ପିଛା ୮୩ ଟଙ୍କା ୨୭ ପଇସା ଏବଂ ୭୫ ଟଙ୍କା ୩୬ ପଇସା ରହିଛି। ଚେନ୍ନଇରେ ପଟ୍ରୋଲ ଦର ଲିଟର ପ୍ରତି ୮୩ ଟଙ୍କା ୫୪ ପଇସା ଏବଂ ଡିଜେଲ ଦର ଲିଟର ପ୍ରତି ୭୬ ଟଙ୍କା ୬୪ ପଇସା ରହିଛି। ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କ୍ଷେତ୍ରରେ ଚେନ୍ନଇ ସବୁଠୁ ଆଗରେ ରହିଛି। ଏଠାରେ ପେଟ୍ରୋଲ ଲିଟର ପ୍ରତି ୪୧ ଏବଂ ଡିଜେଲ ଲିଟେର ପ୍ରତି ୪୭ ପଇସା ବୃଦ୍ଧି ପାଇଛି।

ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୭୯ ଟଙ୍କା ୭୫ ପଇସା ଏବଂ ଡିଜେଲ ୭୮ ଟଙ୍କା ୨୬ ପଇସା ରହିଛି। ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ପେଟ୍ରୋଲ ଦର ଲିଟର ପ୍ରତି ୮୦ ଟଙ୍କା ୯୯ ପଇସା ଏବଂ ଡିଜେଲ ୭୩ ଟଙ୍କା ୫୧ ପଇସା, ଫରିଦାବାଦରେ ପେଟ୍ରୋଲ ଲିଟର ପ୍ରତି ୮୧ ଟଙ୍କା ୨୪ ପଇସା ଏବଂ ଡିଜେଲ ୭୩ ଟଙ୍କା ୭୫ ପଇସା, ଗାଜିଆବାଦରେ ପେଟ୍ରୋଲ ଦର ଲିଟର ପ୍ରତି ୮୦ ଟଙ୍କା ୩୦ ପଇସା, ଏବଂ ଡିଜେଲ ୭୨ ଟଙ୍କା ୫୯ ପଇସା, ନୋଏଡାରେ ପେଟ୍ରୋଲ ଦର ଲିଟର ପ୍ରତି ୮୦ ଟଙ୍କା ୪୨ ଏବଂ ଡିଜେଲ ୭୨ ଟଙ୍କା ୭୩ ପଇସା ରହିଛି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ଲିଟର ପ୍ରତି ୮୦ ଟଙ୍କା ୩୧ ପଇସା ଏବଂ ୭୨ ଟଙ୍କା ୬୨ ପଇସା, ବିହାର ରାଜଧାନୀ ପାଟନାରେ ପେଟ୍ରୋଲ ଲିଟର ପ୍ରତି ୮୬ ଟଙ୍କା ୫୭ ପଇସା ଏବଂ ଡିଜେଲ ୭୮ ଟଙ୍କା ୧୪ ପଇସା, ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ପେଟ୍ରୋଲ ଦର ଲିଟର ପ୍ରତି ୭୯ ଟଙ୍କା ୫୬ ପଇସା ଏବଂ ଡିଜେଲ ୭୬ ଟଙ୍କା ୫୬ ପଇସା, ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ପେଟ୍ରୋଲ ଲିଟର ପ୍ରତି ୮୬ ଟଙ୍କା ୧୨ ପଇସା ଏବଂ ଡିଜେଲ ୭୬ ଟଙ୍କା ୩୯ ପଇସା, ରାଜସ୍ଥାନ ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପ୍ରତି ୮୩ ଟଙ୍କା ୪୨ ପଇସା ଏବଂ ଡିଜେଲ ୭୭ ଟଙ୍କା ୩୨ ପଇସା, ପଞ୍ଜାବ ଏବଂ ହରିୟାଣା ରାଜଧାନୀ ଚଣ୍ଡିଗଡ଼ରେ ପେଟ୍ରୋଲ ଲିଟର ପ୍ରତି ୭୭ ଟଙ୍କା ୩୯ ପଇସା ଏବଂ ଡିଜେଲ ୭୦ ଟଙ୍କା ୫୦ ପଇସା ରହିଛି।

Leave A Reply