ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ

0

ନୂଆଦିଲ୍ଲୀ : ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଶନିବାର ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ୍‍ ନୂଅଦିଲ୍ଲୀଠାରେ ଆରମ୍ଭ ହୋଇଛି। ଏହି ବୈଠକର ବିଧାନସଭା ନିର୍ବାଚନ ପାଇଁ ବିଜେପିର କାର୍ଯ୍ୟ ତାଲିକା ଓ ଋଣନୀତି ପ୍ରସ୍ତୁତ କରାଯିବ। ସବର୍ଣ୍ଣ ବନାମ ଦଳିତ ମାମଲାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିବା ବିଜେପି ଦୁଇ ବର୍ଗଠାରୁ ସମାନ୍ତରାଳ ଦୂରତା ରକ୍ଷାକରି ଋଣନୀତି ପ୍ରସ୍ତୁତ କରିବ ବୋଲି ଆଲୋଚନା ହେଉଛି। ତେବେ ଦଳିତଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପ୍ରଥମ ଥର ଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରଠରେ ଆୟୋଜିତ ହୋଇଛି। ସେହିପରି ସବର୍ଣ୍ଣଙ୍କ ପାଇଁ ବିଜେପି ଏହି ବୈଠକକୁ ଦିବଂଗତ ବିଜେପି ନେତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସମର୍ପିତ କରିଛି। ଏହି ବୈଠକରେ ଦଳ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲଙ୍ଗାନା ଏଂବ ମିଜୋରମ ବିଧାନସଭା ନିର୍ବାଚନ ପାଇଁ ଋଣନୀତି ପ୍ରସ୍ତୁତ କରିବ। ଏହି ବୈଠକର ବିଷୟବସ୍ତୁ ରହିଛି ‘ସର୍ବଦା ଅଟଳ’। ଏହି ବୈଠକରେ ସହରୀ ମାଓବାଦୀଙ୍କ ଗିରଫଦାରୀ ଓ ଏହାର ପରିଣାମ ନେଇ ମଧ୍ୟ ଆଲୋଚନା ହେବ ବୋଲି ସୂଚନା ମିଳିଛି।

Leave A Reply