୨୦୦୬ ଓଏଏସ ନିଯୁକ୍ତି ବିବାଦ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ହାଇକୋର୍ଟ ଏହି ମାମଲାରେ ୩୭୮ ଜଣ ଓଏଏସ ଅଧିକାରୀଙ୍କ ନିଯୁକ୍ତି ବୈଧ ଘୋଷଣା କରିଛନ୍ତି। ଏହାଛଡା ହାଇକୋର୍ଟ ସ୍ୟାଟଙ୍କ ଆଦେଶ ରଦ୍ଦ କରିବା ସହ ଏହି ନିଯୁକ୍ତିକୁ ବୈଧ ଦର୍ଶାଇଛନ୍ତି। ୨୦୦୬ରେ ଏହି ନିଯୁକ୍ତି ବିଜ୍ଞପ୍ତିକୁ ନେଇ ପ୍ରଥମେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲରେ ମାମଲା ଦାୟର କରାଯାଇଥିଲା।
ଓଏଏସ ଚୂଡ଼ାନ୍ତ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା କିଛି ପ୍ରାର୍ଥୀ ଏନେଇ ପରେ ହାଇକୋର୍ଟରେ ଆବେଦନ କରିଥିଲେ। ଆବେଦନର ବିଚାର କରି ୩୭୮ ଜଣଙ୍କ ନିଯୁକ୍ତିକୁ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ ରଦ୍ଦ କରିଥିଲେ। ତେବେ ସ୍ୟାଟଙ୍କ ରାୟ ବିରୋଧରେ ଆବେଦନକାରୀ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ପ୍ରଥମେ ସ୍ୟାଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରୀ କରିଥିଲେ। ଆଜି ମାମଲାର ଚୂଡ଼ାନ୍ତ ରାୟରେ ସ୍ୟାଟଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି।



