www.samajalive.in
Sunday, December 7, 2025
14.1 C
Bhubaneswar

ନିଜର ପୁରୁଷ ବନ୍ଧୁଙ୍କୁ ବିବାହ କଲେ ଜାପାନର ରାଜକୁମାରୀ: ହରାଇଲେ ରାଜକୀୟ ମାନ୍ୟତା

ଟୋକିଓ: ଜାପାନର ରାଜକୁମାରୀ ମାକୋ ନିଜର ବିଶ୍ୱବିଦ୍ୟାଳୟ ସହପାଠୀ କି କୋମୁରୋଙ୍କୁ ବିବାହ କରିଛନ୍ତି । ତେବେ ରାଜ ପରମ୍ପରା ଅନୁଯାୟୀ ଜଣେ ସାଧାରଣ ନାଗରିକଙ୍କୁ ବିବାହ କରିଥିବାରୁ ମାକୋ ରାଜକୀୟ ମାନ୍ୟତା ହରାଇଛନ୍ତି । ଜାପାନର ସମ୍ରାଟ ନାରୁହିତୋଙ୍କର ୩୦ ବର୍ଷ ବୟସ୍କା ଝିଆରୀ ମାକୋ ଆମେରିକାର ଏକ ଆଇନ ସଂସ୍ଥା ଲୋୱେନଷ୍ଟେଇନ ସାଣ୍ଡଲରରେ କାର୍ଯ୍ୟ କରୁଛନ୍ତି । ତାଙ୍କ କମ୍ପାନୀରେ କାର୍ଯ୍ୟ କରୁଥିବା ତାଙ୍କ ସହପାଠୀ କି କୋମୁରୋଙ୍କୁ ସେ ବିବାହ କରିବାକୁ ସ୍ଥିର କରିବା ପରେ ରାଜ ପରିବାର ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଏହା ରାଜ ପରମ୍ପରାର ପରିପନ୍ଥୀ ବୋଲି ତାଙ୍କୁ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା । କିନ୍ତୁ ମାକୋ ନିଜ ନିଷ୍ପତ୍ତିରେ ଅଟଳ ରହି କୋମୁରୋଙ୍କୁ ବିବାହ କରିବାରୁ ତାଙ୍କୁ ରାଜକୀୟ ମାନ୍ୟତା ଓ ମର୍ଯ୍ୟାଦା ହରାଇବାକୁ ପଡିଛି । ଏଣିକି ସେ ମଧ୍ୟ ଜଣେ ସାଧାରଣ ନାଗରିକ ଭାବରେ ବିବେଚିତ ହେବେ । ଜାପାନ ରାଜ ପରିବାରରେ ଝିଅ ବିବାହ ପରେ ଶ୍ୱଶୁର ଘରକୁ ଯିବା ସମୟରେ ତାଙ୍କୁ ବିପୁଳ ପରିମାଣର ଅର୍ଥ ଦିଆଯାଇଥାଏ । ମାକୋଙ୍କୁ ମଧ୍ୟ ତାଙ୍କ ପରିବାର ପକ୍ଷରୁ ପ୍ରାୟ ୧.୩୫ ନିୟୁତ ଡଲାର ଅର୍ଥ ଯଚାଯାଇଥିଲା, କିନ୍ତୁ ମାକୋ ଉକ୍ତ ଅର୍ଥ ନେବାକୁ ମନା କରିଦେଇଥିଲେ । ସେମାନଙ୍କର ବିବାହ ପଞ୍ଜିକରଣ ଆବେଦନ ଗ୍ରହଣ କରାଯାଇଛି ବୋଲି ଆକାସାକା ରାଜପ୍ରାସାଦ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜାପାନର ଅନେକ ନାଗରିକ ଏହି ବିବାହକୁ ସମର୍ଥନ କରୁଥିବା ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ବିବାହକୁ ନେଇ ମାକୋ ଖୁସ ରହିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ କହିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories