ଭାରତକୁ ଆବଶ୍ୟକ ୩୦ ଲକ୍ଷ ବସ୍‍, ଅଛି ୩ ଲକ୍ଷ

0

ନୂଆଦିଲ୍ଳୀ: ଯାତ୍ରୀଙ୍କ ଚାହିଦା ଓ ଗମନାଗମନ ଦୃଷ୍ଟିରୁ ଦେଶରେ ୩୦ ଲକ୍ଷ ବସ୍‍ର ଆବଶ୍ୟକ ରହିଛି। କିନ୍ତୁ ଅଛି ମାତ୍ର ୨. ୮ଲକ୍ଷ ବସ୍‍। ସରକାରୀ ତଥ୍ୟ ଅନୁଯାୟୀ ଏବେ ବିଭିନ୍ନ ରାଜ୍ୟରେ ୧୯ ଲକ୍ଷ ବସ୍‍ ଥିଲେ ହେଁ ସେଥିମଧ୍ୟରୁ ମାତ୍ର ୨.୮ ଲକ୍ଷ ବସ୍‍ ଚଳନକ୍ଷମ ରହିଛି। କେନ୍ଦ୍ର ପରିବହନ ସଚିବ ୱାଇ ଏସ୍‍ ମଲିକଙ୍କ ସୂଚନା ଅନୁଯାୟୀ, ଉପଯୁକ୍ତ ମାନର ସେବା ନ ମିଳିବା ଯୋଗୁଁ ଲୋକମାନେ ବାଧ୍ୟ ହୋଇ ବ୍ୟକ୍ତିଗତ କିମ୍ବା ଘରୋଇ ଯାନରେ ଯିବାକୁ ପସନ୍ଦ କରୁଛନ୍ତି। ଏଥିଯୋଗୁଁ ଯାତ୍ରୀଙ୍କ ଖର୍ଚ୍ଚ ବୃଦ୍ଧି ପାଉଥିବା ବେଳେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ଏଥିସହିତ ରାଜକୋଷ ମଧ୍ୟ ପ୍ରଭୂତ କ୍ଷତି ସହୁଛି।
କେନ୍ଦ୍ର ସଡ଼କ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସୂଚନା ଅନୁଯାୟୀ ଚୀନରେ ପ୍ରତି ୧୦୦୦ ଜଣଙ୍କ ପାଇଁ ୬ଟି ବସ୍‍ ରହିଥିବାବେଳେ ଭାରତରେ ପ୍ରତି ୧୦ ହଜାର ଲୋକଙ୍କ ପାଇଁ ମାତ୍ର ୪ଟି ବସ୍‍ ଉପଲବ୍ଧ ଅଛି। ୯୦% ଲୋକଙ୍କ ନିଜସ୍ୱ ଗାଡ଼ି ନାହିଁ। ତେଣୁ ଲଣ୍ଡନ୍‍ ଶୈଳୀରେ ବସ୍‍ ନିର୍ମାତାମାନେ ପରିବହନ ବ୍ୟବସାୟରେ ମନୋନିବେଶ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ସରକାରୀ ପରିବହନ ସଂସ୍ଥାରେ ଏକ ବସ୍‍ ଯାତ୍ରା ପାଇଁ କିଲୋମିଟର ପିଛା ୧୨୦ ଟଙ୍କାରୁ ୧୫୦ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଘରୋଇ ସଂସ୍ଥା ମାନେ ଏହାର ଅଧା ଖର୍ଚ୍ଚରେ ପରିବହନ ବ୍ୟବସାୟ କରିବାର ସୁଯୋଗ ରହିଛି।

Leave A Reply