www.samajalive.in
Sunday, December 7, 2025
26.1 C
Bhubaneswar

ସମାଜ ପ୍ରଭାବ ; କର୍କଟ ରୋଗୀଙ୍କୁ ମିଳିଲା ଆର୍ଥିକ ସହାୟତା

ରେଙ୍ଗାଲିକେମ୍ପ୍ :  ଅତାବିରା ଏନ୍ ଏ ସି ର ୱାର୍ଡ ନଂ ୧ ରେ ରହୁଥିବା କାର୍ତ୍ତିକ ପଟେଲ (୩୫) ଦୀର୍ଘ ଧରି କର୍କଟ ରୋଗରେ ପିଡିତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡ଼ି ରହିଛନ୍ତି। ଚା ବିକ୍ରି କରି କଷ୍ଟେ ମଷ୍ଟେ ପରିବାର ଚଳାଇ ଆସୁଥିଲେ କାର୍ତ୍ତିକ । କିନ୍ତୁ ଅସାଧ୍ୟ କର୍କଟ ରୋଗ ତାଙ୍କୁ କବଳିତ କରି ତାଙ୍କର ସୁଖର ସଂସାରକୁ ଦୁଃଖମୟ କରିଦେଇଛି।   ଶରୀର ଅସୁସ୍ଥ ସହ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ପିଲାଙ୍କୁ ପାଠ ପଢେଇବା ତ ଦୂର କଥା ସେମାନଙ୍କ ମୁହଁରେ ମୁଠାଏ ଦାନା ଦେବାପାଇଁ ମଧ୍ୟ ଏବେ ସେ ଅସମର୍ଥ । ଶଯ୍ୟାଶାୟୀ ଅବସ୍ଥାରେ ଅନ୍ୟ କୌଣସି ଉପାୟ ନ ପାଇ ସହାୟତାର ହାତକୁ ଅନେଇ ଜୀବନର ଅନ୍ତିମ ଦିନ ଗଣି ଚାଲି ଥିଲେ କାର୍ତ୍ତିକ। ତାଙ୍କର ଶୋଚନୀୟ ଅବସ୍ଥାକୁ ସରକାର ତଥା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗତ ୧୨ତାରିଖରେ ଏହି ଖବର ସମାଜ ଦୈନିକ ଖବର କାଗଜରେ ରେଙ୍ଗାଲିକେମ୍ପ ପ୍ରତିନିଧି ପ୍ରକାଶିତ କରିଥିଲେ। ଏହା ସହ କାର୍ତ୍ତିକଙ୍କ ପିଲାମାନେ କିପରି ମାଗଣାରେ ପାଠ ପଢିପାରିବେ ,ସେ ନେଇ ସେ ସ୍ଥାନୀୟ ଅରବିନ୍ଦ ଶିକ୍ଷାକେନ୍ଦ୍ରର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତାଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଶିକ୍ଷକ ମାନେ କାର୍ତ୍ତିକଙ୍କ ପରିବାର ନିକଟକୁ ପହଞ୍ଚି ତାଙ୍କ ପୁଅକୁ ମାଗଣାରେ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଶିକ୍ଷାଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇ ମହାନ୍ ମାନବିକତାର ପରିଚୟ ସୃଷ୍ଟି କରିଛନ୍ତି। ତେବେ ଏହି ଖବରଟି ସମାଜ ଖବର କାଗଜରେ ପ୍ରକାଶିତ ହେବା ପରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ନିର୍ଦ୍ଦେଶ କ୍ରମେ ଏନ୍ ଏ ସି କାର୍ୟ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୌର୍ୟ୍ୟ ରଞ୍ଜନ ମିଶ୍ର ଓ ବିଧାୟିକା ପ୍ରତିନିଧି ଟଙ୍କ ଦାଶ ତଥା କର୍ମଚାରୀ ମାନେ କାର୍ତ୍ତିକଙ୍କ ଘରକୁ ପହଞ୍ଚି ପରିବାର ବର୍ଗଙ୍କୁ ଚିକିତ୍ସା ପାଇଁ ତିରିଶ ହଜାର ଟଙ୍କା ପ୍ରଦାନ କରିଛନ୍ତି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories