www.samajalive.in
Tuesday, December 9, 2025
17.1 C
Bhubaneswar

ଗ୍ରାମୀଣ ଉଦ୍ୟାନ ପାଇଁ ଜବରଦଖଲ ମୁକ୍ତ କଲା ସ୍ଥାନୀୟ ପ୍ରଶାସନ

ପିପିଲି:ପିପିଲି ବ୍ଳକ ଅନ୍ତର୍ଗତ ହାଟସାହି ପଞ୍ଚାୟତରେ ନିର୍ମାଣଧିନ ଗ୍ରାମୀଣ ଉଦ୍ୟାନ ପାର୍ଶ୍ବରୁ ବେଆଇନ ଜବରଦଖଲକୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗ୍ରାମୀଣ ଉଦ୍ୟାନର ପାର୍ଶ୍ବବର୍ତ୍ତି ଅଞ୍ଚଳକୁ ଜବତଦଖଲମୁକ୍ତ କରିଛି। ଫଳରେ ଏଣିକି ଗ୍ରାମୀଣ ଉଦ୍ୟାନ କାର୍ଯ୍ୟ  ଖୁବ ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି।

 

- Advertisement -

ହାଟସାହି ପଞ୍ଚାୟତ ବନ୍ତଳସିଂହ ମୌଜାର ଚଇନପୋଖରୀ ପାର୍ଶ୍ବରେ ପଞ୍ଚାୟତର ଗ୍ରାମୀଣ ଉଦ୍ୟାନ ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ଉକ୍ତ ଉଦ୍ୟାନ ପାର୍ଶ୍ବରେ ଥିବା ସରକାରୀ ଜମିକୁ ଜବରଦଖଲ କରାଯାଇଥିବା ଯୋଗୁଁ ଗ୍ରାମୀଣ ଉଦ୍ୟାନ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଉକ୍ତ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ପିପିଲି ତହସିଲଦାରଙ୍କ ପକ୍ଷରୁ ଜବରଦଖଲକାରୀଙ୍କୁ ନୋଟିସ ଜାରି କରାଯାଇଥିଲା। ତେବେ ଉକ୍ତ ଜମିକୁ ଜବରଦଖଲକାରୀ ବ୍ୟକ୍ତି ଜଣକ ନଛାଡ଼ିବାରୁ ପୂର୍ବ ନିଷ୍ପତ୍ତି ଅନୁଯାଇ ଆଜି ପ୍ରଶାସନ ପକ୍ଷରୁ ଗ୍ରାମୀଣ ଉଦ୍ୟାନ ପାର୍ଶ୍ବରେ ଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଥିଲା। ତେବେ ସେଠାରେ ଥିବା ଏକ ବିବାଦୀୟ ଜମିକୁ ଛାଡି ଅନ୍ୟ ଜବରଦଖଲ ଅଞ୍ଚଳକୁ ମୁକ୍ତ କରାଯାଇଥିଲା। ପିପିଲି ତହସିଲଦାର ସପନ କୁମାର ନନ୍ଦ, ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା, ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଅଭିମନ୍ୟୁ ନାୟକ ପ୍ରମୁଖଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତିରେ ଏହି ଜବରଦଖଲ ଉଚ୍ଛେଦ କରାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories