www.samajalive.in
Sunday, December 7, 2025
23.1 C
Bhubaneswar

ଆକାଶବାଣୀ ସମ୍ବାଦ ପାଠକ ବସନ୍ତ ପଟ୍ଟନାୟକଙ୍କ ପରଲୋକ

ଆଠଗଡ :  ଆକାଶବାଣୀ ନୂଆଦିଲ୍ଲୀରେ ଓଡିଆ ସମ୍ବାଦ ପାଠ କରୁଥିବା ଆଠଗଡ ଅଞ୍ଚଳର ଜଣେ ବିଶିଷ୍ଟ ବ୍ୟକ୍ତି ବସନ୍ତ କୁମାର ପଟ୍ଟନାୟକ (୯୨)ଙ୍କର ବୁଧବାର  ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥାଇ ନିଜର ଦୁର୍ଗାବଜାରସ୍ଥିତ ବାସଭବନରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଶ୍ରୀ ପଟ୍ଟନାୟକ ୧୯୫୮ରୁ ୧୯୭୩ ପର୍ଯ୍ୟନ୍ତ ନୂଆଦିଲ୍ଲୀରୁ ଆକାଶବାଣୀରେ ଓଡିଆ ସମ୍ବାଦ ପାଠକ ଭାବେ କାର୍ଯ୍ୟକରି ବେଶ ସୁନାମ ଅର୍ଜନ କରିଥିଲେ। ସେ ଜଣେ ଦକ୍ଷ ଫୁଟବଲ ଖେଳାଳି ଓ ରାଜ୍ୟ ସ୍ତରୀୟ ରେଫରୀ ଭାବେ ବହୁ ମ୍ୟାଚ ପରିଚାଳନା କରିଥିଲେ। ଏପରିକି ବାରବାଟୀ ଷ୍ଟାଡିୟମରେ ଭାରତ-ଋଷ ମଧ୍ୟରେ ହୋଇଥିବା ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ସେ ମୁଖ୍ୟ ରେଫରୀ ଭାବେ ଖେଳ ପରିଚାଳନା କରିଥିଲେ। ସେ ପୁରୀ ଏସସିଏସ କଲେଜରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ କଟକ ଆସି ଭୈରବ ମହାନ୍ତି, ଜର୍ଜ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ଉତ୍ତମ ସଂପର୍କ ସ୍ଥାପନ କରିବା ସହ ବାରବାଟୀ ଷ୍ଟାଡିୟମରେ ଓଡିଶା ଅଲମ୍ପିକ ଆସୋସିଏସନରେ ହିସାବ ରକ୍ଷକ ବିଭାଗରେ କିଛିଦିନ କାର୍ଯ୍ୟ କରିଥିଲେ। ତା ପୂର୍ବରୁ ଓଡିଶା ରାଜ୍ୟ ସଡକ ପରିବହନ ନିଗମରେ ମଧ୍ୟ ଟ୍ରାଫିକ୍‍ ଅଧିକାରୀ ଭାବେ କିଛିଦିନ କାର୍ଯ୍ୟ କରିବା ପରେ ଆକାଶବାଣୀ ନୂଆଦିଲ୍ଲୀରେ ସମ୍ବାଦ ପାଠକ ଭାବେ ଯୋଗଦେଇଥିଲେ। ଅବସର ଗ୍ରହଣ କରିବା ପରେ ଆଠଗଡର ବିଭିନ୍ନ ଅନୁଷ୍ଠାନ ସହିତ ସେ ଓତଃପ୍ରୋତ ଭାବେ ଜଡିତ ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ବଡପୁଅ ସବ୍ୟସାଚୀ, ସାନପୁଅ ସାମ୍ବାଦିକ ପାର୍ଥସାରଥୀଙ୍କ ସମେତ ଝିଅ, ଜ୍ୱାଇଁ ଓ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ତାଙ୍କ ପରଲୋକ ଖବର ପ୍ରଚାରିତ ହେବାମାତ୍ରେ ଆଠଗଡରେ ଶୋକର ଛାୟା ଖେଳି ଯାଇଥିଲା। ବହୁ ବିଶିଷ୍ଟ ତଥା ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଦୁର୍ଗାବଜାରସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତ ପଟ୍ଟନାୟକଙ୍କୁ ଅତି ଭଲ ପାଉଥିବା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଗଭୀର ଶୋକ ପ୍ରକାଶ କରିବା ସହ ତୁରନ୍ତ ତାଙ୍କ ବାସଭବନକୁ ଆସି ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଆଠଗଡ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ବଡପୁଅ ସବ୍ୟସାଚୀ ମୁଖାଗ୍ନି ଦେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories