www.samajalive.in
Sunday, December 7, 2025
18.1 C
Bhubaneswar

୩୭ଜଣ ଶିକ୍ଷକଙ୍କୁ ବିଧାୟକ ପଦୋନ୍ନତି ପ୍ରମାଣପତ୍ର ପ୍ରଦାନ

ବଡ଼ମ୍ବା  : କଟକ ଜିଲ୍ଲା  ବଡ଼ମ୍ବା  ବ୍ଲକର ୩୭ଜଣ ନିୟମିତ ଶିକ୍ଷକଙ୍କୁ ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିଛି । ବ୍ଲକ ଅନ୍ତର୍ଗତ ବନମାଳିପୁର ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏହି ଉପଲକ୍ଷେ ବୁଧବାର ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଧାୟକ ଦେବୀପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେମାନଙ୍କ ପଦୋନ୍ନତି ପ୍ରମାଣପତ୍ର ପ୍ରଦାନ କରିଥିଲେ। ବ୍ଲକ ଶିକ୍ଷାଧିକାରୀ ସୁଜାତା ପ୍ରୀୟଦର୍ଶିନୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷାଧିକାରୀ ପ୍ରକାଶଚନ୍ଦ୍ର ମତ୍ତଗଜ ସିଂହ ଏବଂ ଅଜୟକୁମାର ପୃଷ୍ଟି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ରାଜ୍ୟରେ ମୋ ସ୍କୁଲ ଅଭିଯାନରେ ବଡ଼ମ୍ବା ବ୍ଲକକୁ ସର୍ବଶେଷ୍ଠ ସଫଳତା ମିଳିଥିବା ଏବଂ ଏହି ବାବଦକୁ ରାଜ୍ୟସରକାରଙ୍କ ଠାରୁ ପ୍ରାୟ ୩କୋଟି ଟଙ୍କାର ସହାୟତା ମିଳିବା ଏକ ଉଲ୍ଲେଖନୀୟ ଘଟଣା ହୋଇଥିବାରୁ ଏହି ଅବସରରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ମିଶ୍ର ଶିକ୍ଷାମଣ୍ଡଳର ସମସ୍ତ କର୍ତ୍ତୃପକ୍ଷ, ଶିକ୍ଷକ ସମାଜ ଏବଂ ପୁରାତନ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ କୃତଜ୍ଞତା ଜଣାଇଥିଲେ। ଶେଷରେ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ଷଡ଼ଙ୍ଗୀ ସମସ୍ତ ଅତିଥିଙ୍କ ଉପସ୍ଥିତି ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ଲାଗି ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories