ସୁଆଣ୍ଡୋ: ସତ୍ୟବାଦୀର ପୁରପଲ୍ଲୀରେ ଶାରଦୀୟ ଦୂର୍ଗାପୂଜା ଅବସରରେ ପୀଠ ଦେବୀମାନଙ୍କର ମହାଷ୍ଟମୀ ପୂଜା ମଙ୍ଗଳବାର ଶେଷ ହୋଇଥିବା ବେଳେ ମା’ଙ୍କର ବୁଧବାର ବିଶ୍ରାମ ରହିଛି। ଦେବୀପୀଠ ଗୁଡିକରେ ଚଣ୍ଡିପାଠ ହୋମ ହୋଇଥିଲା। ପ୍ରତ୍ୟେକ ଦିନ ସକାଳ ୫ଟାରୁ ଦ୍ବାର ଫିଟା, ମଙ୍ଗଳ ଆଳତୀ, ମଇଲମ, ଅବକାଶ ଓ ଚନ୍ଦନ ବେଶ ଠାକୁରାଣୀଙ୍କୁ କରାଯାଇଥିଲା।
ଶ୍ରୀ ରାମଚନ୍ଦ୍ର ପୁର ହରଚଣ୍ଡୀ ଆଦ୍ଯ ଶାସନ ବୀର ରାମଚନ୍ଦ୍ର ପୁର ମଣିନାଗ ଦୂର୍ଗା ବୀର ଗୋବିନ୍ଦ ପୁର ଦକ୍ଷୀକାଳୀ ଅଳଗୁମ ଜାଗେଶ୍ୱରୀ ରାୟ ଖଣ୍ଡି ଜୟଦୂର୍ଗା ବରାଳ ବାଣେଶ୍ୱରୀ ଆନନ୍ଦ ପୁର ଖାଣ୍ଡୋଳଇ ସୁଆଣ୍ଡୋ ଜାଗେଶ୍ୱରୀ ବିଶ୍ୱନାଥ ପୁର ବାମଦେଇପୁର ବଳପୁର ବିଦ୍ଯାଧରପୁର ଗୁଆଳିଗୋରଡା କାଳିଆ ମାଆ ପଣ୍ଡାସାହି ତାରିଣୀ ସୋମେଶ୍ୱର ପୁର ନୂଆଗାଁ ବନପୁର ସାକ୍ଷିଗୋପାଳ ମଉଁନେଇ ସାରଙ୍ଗଯୋଡି କ୍ଷେତ୍ରପାଳୀ ଆଦି ଦେବୀ ପୀଠ ଗୁଡିକରେ ଏହି ପୂଜା କରାଯାଉଛି। ଏହି ପୂଜା କରିବା ପାଇଁ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ମୂଳାଷ୍ଟମୀ ଠାରୁ ବରଣ କରାଯାଇ ଥାଏ। ମହାସପ୍ତମୀ ମହାଷ୍ଟମୀ ଓ ମହାନବମୀ ଦିନ ଠାକୁରାଣୀଙ୍କର ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ। ଦେବୀପୀଠ ଗୁଡିକରେ ଆଜି ମା’ଙ୍କର ବିଶ୍ରାମ ରହିଥିବାରୁ ମାନସିକଧାରୀମାନେ ସେମାନଙ୍କ ପୂଜା କରୁଥିବା ଦେଖିବାକୁ ମିଳିଛି।



