www.samajalive.in
Sunday, December 7, 2025
16.1 C
Bhubaneswar

ମନକୁ ଛୁଇଁଲା ଭଳି ଶିକ୍ଷା ଆହରଣ ହୃଦୟସ୍ପର୍ଶୀ, ଯାହା ମାର୍ଗଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ

ଭୁବନେଶ୍ୱର: ଶିକ୍ଷା ମଣିଷର ଚରିତ୍ର ଗଠନ କରିଥାଏ ଓ ଜଣେ ଭଲ ମଣିଷ ହେବାରେ ପଥ ପ୍ରଦର୍ଶନ କରିବାରେ ସହାୟକ ହୋଇଥାଏ। ଚରିତ୍ର ଗଠନ ଓ ଜଣେ ସୁନାଗରିକ ଭାବେ ଗଢ଼ି ତୋଳିବାରେ ଶିକ୍ଷା ଅପରିହାର୍ୟ୍ୟ। ମନକୁ ଛୁଇଁଲା ଭଳି ଶିକ୍ଷା ଆହରଣ ହୃଦୟସ୍ପର୍ଶୀ, ଯାହା ସଠିକ ମାର୍ଗଦର୍ଶନ ଓ ଉପଯୁକ୍ତ ନିର୍ଣ୍ଣୟ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାରେ ସହାୟକ ହୋଇଥାଏ। ଏଭଳି ଶିକ୍ଷାଦାନ କରୁଥିବା ଶିକ୍ଷକ ହେଉଛନ୍ତି ସ୍ୱଗର୍ତ ପ୍ରଫେସର ବିଜୟିନୀ ମହାନ୍ତି। ଜଣେ ଛାତ୍ର ବତ୍ସଳ ଅଧ୍ୟାପିକା ଭାବେ ପରିଚିତା ପ୍ରଫେସର ବିଜୟିନୀ ମହାନ୍ତି ଅନେକ ସମ୍ମାନର ଅଧିକାରୀ ଏବଂ ଶିକ୍ଷାକ୍ଷେତ୍ରରେ ତାଙ୍କର ବହୁ ଅବଦାନ ରହିଛି ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ପ୍ରକାଶ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ଓ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଏବଂ ବିଜୟିନୀ ସ୍ମୃତି ଟ୍ରଷ୍ଟର ମିଳିତ ସହଯୋଗରେ ପଞ୍ଚମ ବିଜୟିନୀ ସ୍ମୃତି ସ୍ମାରକୀ ବକ୍ତୃତାମାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଫେସର ମଲ୍ଲିକ କହିଥିଲେ ଯେ ଲୋକ ପ୍ରଶାସନର ଅର୍ଥ ଶାସନ ଏବଂ ଲୋକଙ୍କ ଭାଗିଦାରିତା। ଜନସାଧାରଣଙ୍କୁ କିଭଳି ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ ତାହା ପ୍ରଶାସନର ଆଭିମୁଖ୍ୟ ବୋଲି ପ୍ରକାଶ କରିଥିଲେ।


କାର୍ୟ୍ୟକ୍ରମରେ ଦକ୍ଷିଣ ଗୁଜରାଟ ବିଶ୍ୱବିଦ୍ୟାଳୟ ଲୋକ ପ୍ରଶାସନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଏ.ଭେଙ୍କଟରମଣ ପଞ୍ଚମ ସ୍ମାରକୀ ବକ୍ତୃତା ପ୍ରଦାନ କରଥିଲେ। ଏହି ଅବସରରେ ଭାରତର ଲୋକସେବା ପ୍ରଦାନ କ୍ଷେତ୍ରରେ ପ୍ରଶାସନରେ ହେଉଥିବା ସମସ୍ୟା ଏବଂ ଆଜିର ବିଶ୍ୱ ଜର୍ଜରିତ ହେଉଥିବା କୋଭିଡ-୨୦୧୯ ଉପରେ ଆଲୋକପାତ କରିଥିଲେ। ଗୋଟିଏ ସମସ୍ୟା କିପରି ପ୍ରଶାସନିକ କ୍ଷେତ୍ରରେ ଚାପ ସୃଷ୍ଟି କରୁଛି ତାହା ଅବତାରଣା କରିବା ସହିତ ଆନୁସଙ୍ଗିକ ପ୍ରଶାସନିକ ମାଧ୍ୟମ ବିଷୟରେ ଆଲୋଚନା କରିଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ପୂର୍ବତନ ପ୍ରଫେସର ସୂର୍ୟ୍ୟନାରାୟଣ ମିଶ୍ର ସ୍ମାରକୀ ବକ୍ତୃତାମାଳାର ଆଭିମୁଖ୍ୟ ଏବଂ ସ୍ୱର୍ଗତ ପ୍ରଫେସର ବିଜୟିନୀ ମହାନ୍ତିଙ୍କ ଶିକ୍ଷାକ୍ଷେତ୍ରରେ ରହିଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ବିଜୟିନୀ ସ୍ମୃତି ଟ୍ରଷ୍ଟ ଅଧ୍ୟକ୍ଷ ତଥା ସ୍ୱତ୍ତ୍ୱାଧିକାରୀ ଡ.ଇନ୍ଦ୍ରମଣି ଜେନା କହିଥିଲେ ପ୍ରଫେସର ବିଜୟିନୀ ମହାନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ୧୯୯୬ରେ ପ୍ରତିଷ୍ଠା ହେବା ପରଠାରୁ ଏହାର ପ୍ରାଧ୍ୟାପିକା ଥିଲେ ଏବଂ ସେ ୨୦୦୪ରୁ ୨୦୧୩ ପର୍ୟ୍ୟନ୍ତ ପ୍ରଫେସର ଥିଲେ। ତାଙ୍କର ବହୁମୁଖୀ ପ୍ରତିଭା ବବଳରେ ସେ ଭାରତୀୟ ଲୋକ ପ୍ରଶାସନ ପ୍ରତିଷ୍ଠାନର ଭୁବନେଶ୍ୱର ଆଞ୍ଚଳିକ ଶାଖାର ସମ୍ପାଦିକା ଥିଲେ। ନେତୃତ୍ୱ ନେବା ସହିତ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ବେଶ ପାରଦର୍ଶିତା ରହିଥିଲା ବୋଲି ପ୍ରକାଶ କରିଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟ ଲୋକ ପ୍ରଶାସନ ବିଭାଗ ମୁଖ୍ୟ ଓ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ସଂଯୋଜିକା ଡ.ପଦ୍ମାଳୟା ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଲୋକପ୍ରଶାସନ ବିଭାଗର ପୂର୍ବତନ ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ ବକ୍ତବ୍ୟ ରଖିଥିଲେ। ସହକାରୀ ପ୍ରଫେସର ଡ.ଜ୍ୟୋର୍ତିମୟୀ ଟୁଡୁ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ଓ ଡ.ରମାମାନ୍ତ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ପଞ୍ଚମ ବିଜୟିନୀ ମହାନ୍ତି ସ୍ମାରକୀ ବକ୍ତୃତାମାଳା ପୁସ୍ତିକା ଉନ୍ମୋଚିତ ହୋଇଥିଲା।  ଏହି କାର୍ୟ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷକ ପ୍ରମୁଖ ଯୋଗଦେଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories