www.samajalive.in
Wednesday, December 10, 2025
15.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ

ଭୁବନେଶ୍ୱର : ରାଜ୍ୟର ବଳକା ଉଷୁନା ଚାଉଳ କିଣିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ଖରିଫ ବିପଣନ ଋତୁରେ ରାଜ୍ୟରେ ପ୍ରାୟ ୨୪ ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ବଳକା ରହିଯିବା ଆକଳନ କରାଯାଉଥିବାବେଳେ ଏହାକୁ କିଣିବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗକୁ ନିର୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ରବିବାର ଚିଠି ଲେଖି ଜଣାଇଛନ୍ତି ଯେ ଆଗାମୀ ଖରିଫ ବିପଣନ ଋତୁରେ ଓଡ଼ିଶା ପ୍ରାୟ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରିବ। ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ଏଥିରୁ ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ଅାବଶ୍ୟକ କରୁଛନ୍ତି। ବଳକା ୨୮ ଲକ୍ଷ ମେଟ୍ରିକ ଟନରୁ ମାତ୍ର ୪ ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳର ଆବଶ୍ୟକତା ରହିଛି। ଫଳରେ ୨୪ ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଅଧିଗ୍ରହଣ ପାଇଁ ରହିଯାଉଛି। ତେବେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ସଦ୍ୟ ନିଷ୍ପତ୍ତି ରାଜ୍ୟରୁ ବଳକା ଚାଉଳ ସଂଗ୍ରହରେ ବାଧା ଭାବେ ଉଭା ହୋଇଛି। ବିଭାଗର ପ୍ରତିବନ୍ଧକ ଯୋଗୁଁ ରାଜ୍ୟର ବହୁ ପରିମାଣର ଉଷୁନା ଧାନ ନଷ୍ଟ ହେବ। ଏହାଦ୍ବାରା ରାଜ୍ୟର ପ୍ରାୟ ୧୦ ଲକ୍ଷ କୃଷକ କ୍ଷତିଗ୍ରସ୍ତ ହେବେ। କରୋନା ସମୟରେ ଏହା ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ପରି ହେବ। ଏପରି ସ୍ଥିତିରେ ଆପଣ ଏଥିରେ ହସ୍ତକ୍ଷେପ କରି ବିଭାଗକୁ ବଳକା ଉଷୁନା ଧାନ ସଂଗ୍ରହ କରିବାକୁ ନିର୍ଦେଶ ଦିଅନ୍ତୁ ବୋଲି ଚିଠିରେ ସେ ଉଲ୍ଲେଖ କରିଛନ୍ତି। ଏହାସହିତ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ନିୟମ ଅନୁଯାୟୀ କାମ କରିବାକୁ ରାଜ୍ୟକୁ କିଛି ସମୟ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଅନୁରୋଧ କରିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ ୨୦୨୦-୨୧ ଖରିଫ ବିପଣନ ଋତୁରେ ରାଜ୍ୟର ପାଖାପାଖି ୧୪ ଲକ୍ଷ କୃଷକ ୭୭.୩୩ ଲକ୍ଷ ମେଟ୍ରିକ ଟନ ଧାନ ରାଜ୍ୟ ସରକାରଙ୍କୁ ବିକ୍ରି କରିଥିଲେ। ଏହାର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ୧୪ ହଜାର ୪୪୪ କୋଟି ଟଙ୍କା ଏମଏସପି ବାବଦରେ ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories