www.samajalive.in
Sunday, December 7, 2025
18.1 C
Bhubaneswar

ଅଭିଯୁକ୍ତକୁ ଗିରଫ ଦାବିରେ ବାଲିଚନ୍ଦ୍ରପୁର ଥାନା ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

ବାଲିଚନ୍ଦ୍ରପୁର:  ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତ ମାନଙ୍କ ଗିରଫ ଦାବି କରି ବାଲିଚନ୍ଦ୍ରପୁର ଥାନା ସମ୍ମୁଖରେ ରବିବାର ଗ୍ରାମବାସୀ ମାନେ ଧାରଣା ଦେଇଥିଲେ। ଏହି ଥାନା ଅନ୍ତର୍ଗତ ମହାଦେଇପୁର ଗ୍ରାମର ଦୁଇ ବାପ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ରବିବାର ଶତାଧିକ ଗ୍ରାମବାସୀ ବାଲିଚନ୍ଦ୍ରପୁର ଥାନା ସମ୍ମୁଖରେ ଧାରଣାରେ ବସିରହିଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ବାଲିଚନ୍ଦ୍ରପୁର ଥାନାଧିକାରିଣୀ ଧାରଣାକାରୀଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ଆକ୍ରମଣ ଘଟଣାର ଚାରିଦିନ ବିତିଯାଇଥିଲେ ମଧ୍ୟ କାହିଁକି ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ପ୍ରଶ୍ନ କରିବା ସହ ନିଜ ଜିଦ୍ରେ ଅଟଳ ରହିଥିଲେ। ଏହି ଖବର ପାଇ ଯାଜପୁରରୋଡ୍ ଏସ.ଡି.ପି.ଓ ଚିନ୍ମୟ ନାୟକ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଗ୍ରାମବାସୀଙ୍କୁ ବୁଝା ସୁଝା କରିବା ସହ ନିଜେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୁତ ହୋଇଥିଲା। ଅଭିଯୋଗ ଅନୁଯାୟୀ ମହାଦେଇପୁର ଗ୍ରାମର ଛକ ମୁଣ୍ଡରେ ପାନ ଓ କୁକୁଡା ଦୋକାନ କରିଥିବା ମନୋରଞ୍ଜନ ସ୍ୱାଇଁ ସହ ପାଣି ଢାଳିବାକୁ ନେଇ ଗତ ୬ ତାରିଖ ଦିନ ଦଳେଇ ସାହିର ଜଣେ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା।

 

- Advertisement -

ଦଳେଇ ସାହିର ଯୁବକ ମାନେ ସଙ୍ଗବଦ୍ଧ ଭାବେ ଆସି ଦୋକାନରେ ଥିବା ମନୋରଞ୍ଜନ ଓ ତାଙ୍କର ବାପା ଗଦାଧରଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିପକାଇଥିଲେ। ପ୍ରଥମେ ଉଭୟଙ୍କୁ ବଡଚଣା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ମନୋରଞ୍ଜନଙ୍କ ମା ଆଦରବାଳାଙ୍କ ଏତଲା କ୍ରମେ ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ତେବେ ମନୋରଞ୍ଜ ସାମାନ୍ୟ ସୁସ୍ଥ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଗଦାଧର ଏବେବି ଆଇ.ସି.ୟ.ୁରେ ଚିକିତ୍ସାଧିନ ଥିବା ଜଣାଯାଇଛି। ଏହି ଘଟଣାରେ ପୁଲିସ କାର୍ଯ୍ୟଧାରାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ରବିବାର ଶତାଧିକ ଗ୍ରାମବାସୀ ଥାନା ସମ୍ମୁଖରେ ଧାରଣାରେ ବସିରହିଥିଲେ। ସେହିପରି ଜାତିଗତ ଆକ୍ଷେପ କରିଥିବା ନେଇ ଅପର ପକ୍ଷରୁ ଝୁନି ଦଳେଇ ମଧ୍ୟ ଆଉ ଏକ ପଲଟା ଅଭିଯୋଗ କରିଥିବା ଥାନା ସୁତ୍ରରୁ ସୂଚନା ମିଳିଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories