www.samajalive.in
Tuesday, December 9, 2025
15.1 C
Bhubaneswar

କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ଉଚ୍ଚବିଦ୍ୟାଳୟ ଗୁରୁଡିଝାଟିଆରେ ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ

ଗୁରୁଡିଝାଟିଆ : ଗୁରୁଡିଝାଟିଆସ୍ଥିତ କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ଉଚ୍ଚବିଦ୍ୟାଳୟ, ଗୁରୁଡିଝାଟିଆରେ ନୂତନ ପ୍ରଧାନଶିକ୍ଷକ ଭାବେ ବିଦ୍ୟାଚରଣ ଜେନା ଯୋଗଦାନ କରିଛନ୍ତି । ପ୍ରଧାନଶିକ୍ଷକ ଶ୍ରୀ ଜେନା ଯୋଗଦାନରେ ଶୈକ୍ଷିକ ବାତାବରଣର ଉନ୍ନତିକରଣ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ବିଦ୍ୟାର୍ଥୀଙ୍କୁ ସଫଳ ଭାବରେ ଗଢିତୋଳିବା ଦିଗରେ ଗୁରୁତ୍ୱଆରୋପ କରିଛନ୍ତି । ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ ପରେ ସିଆରସିସି ସରରେନ୍ଦ୍ର ବିଶ୍ୱାଳ ସ୍ୱାଗତ ଜଣାଇବା ସହିତ ବିଦ୍ୟାଳୟର ବିଭିନ୍ନ ସମାସ୍ୟା ସଂପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟ ଶିକ୍ଷା କମିଟିର କର୍ମକର୍ତ୍ତା, ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ୱାଗତ କରିଥିଲେ। ପ୍ରକାଶଯୋଗ୍ୟ ଗତ କିଛିମାସ ହେଲା ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲିଥିବାରୁ ମୁରବୀ ବିହୀନ ହୋଇପଡିଥିଲା ଏହି ଅନୁଷ୍ଠାନ। ଶିକ୍ଷାର ଗତି ଅଧୋଗତି ଆଡକୁ ଯାଉଥିଲା । ପ୍ରଧାନଶିକ୍ଷକ ଶ୍ରୀ ଜେନା,  ତିଗିରିଆ-ନୂଆପାଟଣାର ଅର୍ଜୁନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ପଦୋନ୍ନତି ପରେ କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ଗୁରୁଡିଝାଟିଆରେ ପ୍ରଧାନଶିକ୍ଷକ ଭାବରେ ଯୋଗଦାନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories