www.samajalive.in
Wednesday, December 10, 2025
15.1 C
Bhubaneswar

୨୦୪ ଦିନରେ ଆଜି ଦେଶରେ ସକ୍ରିୟ କୋଭିଡ ସଂକ୍ରମଣ ସର୍ବନିମ୍ନ

ଆଜି ଗୋଟିଏ ଦିନରେ ଦେଶରେ କରୋନା ଭାଇରସ୍ ସଂକ୍ରମଣ ୨୨ ହଜାର ୪୩୧ ରହିଛି। ଏହାକୁ ମିଶାଇ ଭାରତରେ ମୋଟ କୋଭିଡ ସଂକ୍ରମଣ ସଂଖ୍ୟା ୩ କୋଟି ୩୮ ଲକ୍ଷ ୯୪ ହଜାର ୩୨୨କୁ ବୃଦ୍ଧି ପାଇଛି। ତେବେ ସକ୍ରିୟ କୋଭିଡ ସଂକ୍ରମଣ ୨ ଲକ୍ଷ ୪୪ ହଜାର ୧୯୮କୁ ହ୍ରାସ ପାଇଛି, ଯାହା ୨୦୪ ଦିନ ମଧ୍ୟରେ ସର୍ବନିମ୍ନ ଅଟେ। ଆଜି ସକାଳ ୮ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୯ ହଜାର ୮୫୬ରେ ପହଞ୍ଚିଛି।

ଅନ୍ୟପକ୍ଷରେ ଦୈନିକ ନୂଆ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ୧୩ ଦିନ ପାଇଁ ୩୦ ହଜାର ତଳେ ରହିଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ସକ୍ରିୟ ସଂକ୍ରମଣ ସମୁଦାୟ ସଂକ୍ରମଣର ୦.୭୨% ରହିଛି ଏବଂ କୋଭିଡ ଜନିତ ଆରୋଗ୍ୟ ହାର ୯୭.୯୫% ରେକର୍ଡ କରାଯାଇଛି, ଯାହା ୨୦୨୦ ମାର୍ଚ୍ଚ ଠାରୁ ସର୍ବାଧିକ ବୋଲି ମନ୍ତ୍ରଣାଳୟ କହିଛି।

- Advertisement -

ଭାରତରେ ୨୦୨୦ ଅଗଷ୍ଟ ୭ରେ ୨୦ ଲକ୍ଷ, ଅଗଷ୍ଟ ୨୩ରେ ୩୦ ଲକ୍ଷ, ସେପ୍ଟେମ୍ବର ୫ରେ ୪୦ ଲକ୍ଷ ଏବଂ ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ ଅତିକ୍ରମ କରିଛି। ଅକ୍ଟୋବର ୨୯ରେ ୮୦ ଲକ୍ଷ ଏବଂ ନଭେମ୍ବର ୨୦ରେ ୯୦ ଲକ୍ଷ ଅତିକ୍ରମ କରି ଡିସେମ୍ବର ୧୯ରେ ଏକ କୋଟି ମାର୍କ ଅତିକ୍ରମ କରିଥିଲେ। ମେ ୪ରେ ଭାରତ ଦୁଇ କୋଟି ଏବଂ ଜୁନ୍ ୨୩ରେ ତିନି କୋଟି ମାଇଲଖୁଣ୍ଟ ଅତିକ୍ରମ କରିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories