www.samajalive.in
Tuesday, December 9, 2025
16.1 C
Bhubaneswar

ଅବକାରୀ ଚଢାଉ: ୬୦ ଲିଟର ମଦ ଜବତ, ଜଣେ ଗିରଫ

ବାଙ୍କୀ: ସୋମବାର  ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣଙ୍କୁ ଗିରଫ କରାଯିବା ସହିତ ୬୦ ଲିଟର ଦେଶୀ ଚୋରା ରନ୍ଧା ମଦ ଜବତ କରାଯାଇଛି। ଅବକାରୀ ଅଧିକାରୀ ଟେଲେସଫର ଲାକ୍ରାଙ୍କ ସୂଚନା କ୍ରମରେ କଟକ ଜିଲ୍ଲା ଭାରପ୍ରାପ୍ତ ଅବକାରୀ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଚଢାଉରେ ବାଙ୍କୀ ଥାନା ଅନ୍ତର୍ଗତ କୁଶପଙ୍ଗୀ ଗ୍ରାମର ଗୁଣ୍ଡୁଚି ଘଡେଇ(୬୦)ଙ୍କ ଠାରୁ ଏହି ଚୋରା ମଦ ଜବତ କରାଯିବା ସହିତ ବ୍ୟବହୃତ ଆକ୍ଟିଭା ସ୍କୁଟିକୁ ଜବତ କରାଯାଇଛି। ସ୍ଥାନୀୟ ଜାତମୁଣ୍ଡିଆ ଛକ ଠାରୁ ଅବକାରୀ କର୍ମଚାରୀ ମାନେ ମଦ ସହିତ ଗାଡିକୁ ଜବତ କରିଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories