www.samajalive.in
Tuesday, December 9, 2025
26.1 C
Bhubaneswar

ଲାଞ୍ଚ ନେଇ ସହକାରୀ ଉପନିରୀକ୍ଷକ ଗିରଫ

ଗୋପ : ଜମିଜମା ମାମଲାର ଫଇସଲା ଲାଗି ଜଣେ ବ୍ୟକ୍ତିଙ୍କଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗୋପ ଥାନା ସହକାରୀ ଉପନିରୀକ୍ଷକ (ଏଏସ୍‌ଆଇ) ରାଧାଶ୍ୟାମ ନାୟକ ଦୁର୍ନୀତି ନିବାରଣ ବିଭାଗ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି।
ଗୋପ ଥାନା ଅଧୀନ ଗଣେଶ୍ୱରପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମରେ ଜମିବାଡି ବିବାଦକୁ ନେଇ ମନୋରଞ୍ଜନ ବେହେରା ଓ ତାଙ୍କ ପତ୍ନୀଙ୍କ ବିେରାଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଉଭୟଙ୍କୁ ଜାମିନ ଦେବାକୁ ରାଧାଶ୍ୟାମ ନାୟକ ୫ ହଜାର ଟଙ୍କା ଦାବି କରିଥିଲେ। ବହୁ ଅନୁରୋଧ ପରେ ୨ ହଜାର ଟଙ୍କା ନେବାକୁ ଶ୍ରୀ ନାୟକ ରାଜି ହୋଇଥିଲେ। ଏ ନେଇ ଶ୍ରୀ ବେହେରା ଭୁବନେଶ୍ବରସ୍ଥିତ ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ଅଭିେଯାଗ କରିଥିଲେ । ପୂର୍ବ ପ୍ରସ୍ତୁତି ମୁତାବକ ରବିବାର ଦିନ ୧୦ଟା ସମୟରେ ମନୋରଞ୍ଜନ ଟଙ୍କା ନେଇ ଏଏସ୍ଆଇଙ୍କ ସରକାରୀ ବାସଭବନ ପରିସରରେ ଦେଉଥିବା ସମୟରେ ଦୁର୍ନୀତି ନିବାରଣ ଅଧିକାରୀମାନେ ଟଙ୍କା ସହ ଶ୍ରୀ ନାୟକଙ୍କୁ ଗିରଫ କରିଥିଲେ। ଏଥିସହ ଗୋପସ୍ଥିତ ଭଡାଘର ଓ କେନ୍ଦ୍ରାପଡା ସହରସ୍ଥିତ ବାସଭବନ ଉପରେ ମଧ୍ୟ ଚଢଉ କରାଯାଇଛି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories